ପୁରା ଖବର ବିଷୟରେ



ସ୍ୱାବଲମ୍ବୀ ଭାରତ ନିର୍ମାଣରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ହିଁ ମୁଖ୍ୟ ପ୍ରତିବନ୍ଧକ ।।ପ୍ରଦେଶ ଅଧ୍ୟକ୍ଷ ବିପିନ ଦାସ

Apr 12 2021 1:47PM
ସ୍ୱାବଲମ୍ବୀ ଭାରତ ନିର୍ମାଣରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ହିଁ ମୁଖ୍ୟ ପ୍ରତିବନ୍ଧକ ।।ପ୍ରଦେଶ ଅଧ୍ୟକ୍ଷ ବିପିନ ଦାସ ଦେଶ ଧର୍ମ ଭିତ୍ତିକ ବିଭାଜିନ ହେବା ସମୟରେ ଦେଶରେ ସମୁଦାୟ ଜନସଂଖ୍ୟାର 6% ଅର୍ଥାତ 1କୋଟି 80 ଲକ୍ଷ ମୁସଲମାନ ଥିଲେ କିନ୍ତୁ ମାତ୍ର 74 ବର୍ଷ ପରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ 35 କୋଟିରେ ପହଞ୍ଚିଲାଣି । 1990 ମସିହାରେ କାଶ୍ମୀରରେ ପଣ୍ଡିତମାନଙ୍କୁ ଉତ୍ପୀଡନ ଓ ବହିଷ୍କାର କରାଯାଇଥିଲା । 2011 ଜନଗଣନା ଅନୁସାରେ ଭାରତର 8ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଗଲେଣି ।। ପଶ୍ଚିମ ବଙ୍ଗ, କେରଳ ଓ ଅସମ ରାଜ୍ୟ ରେ ବର୍ତ୍ତମାନ 1990 କାଶ୍ମୀର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶର ସଭାପତି ବିପିନ ଦାସ ଗତକାଲି ସଙ୍ଗଠନର ରାଜ୍ୟସ୍ତରୀୟ ଭର୍ଚୁଆଲ କର୍ମଶାଳାରେ କର୍ମୀମାନଙ୍କୁ ଉଦବୋଧନ ଦେଇ ପ୍ରକାଶ କରିଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ବାବଲମ୍ବୀ ଭାରତ ନିର୍ମାଣରେ ଅସୁନ୍ତଳିତ ଜନସଂଖ୍ୟା ବୃଦ୍ଧି ହିଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ସରକାରଂକ ଯେକୌଣସି ଜନମଙ୍ଗଲ କାର୍ଯ୍ୟକ୍ରମ ସଫଳ ହୋଇ ପାରୁ ନାହିଁ । ମୁସଲମାମାନ ସଂପ୍ରଦାୟ ଭାରତରେ ବର୍ଦ୍ଧିତ ଜନସଂଖ୍ୟା ବିସ୍ଫୋରଣ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବିଶ୍ଵ ଜନସଂଖ୍ୟାର 18%ଥିଲା ବେଳେ ସ୍ଥଳ ଭାଗ ମାତ୍ର 2.4% ଏବଂ ବ୍ୟବହାର ଯୋଗ୍ୟ ପାଣି ମାତ୍ର 4% ଅଛି ।ବର୍ତ୍ତମାନ ବେକାରୀ ସମସ୍ୟା ବୃଦ୍ଧି ପାଇ 23% ରେ ପହଞ୍ଚିଲାଣି । 35% ଚାଷ ଜମିରେ ଘର ନିର୍ମାଣ ହେଲାଣି।।।ବର୍ତ୍ତମାନର ଉନ୍ମୁକ୍ତ ଯୁବ ସମାଜ ବିଶୃଙ୍କଳ ହୋଇ ଆଇନ କାନୁନ ମାନିବାକୁ ପ୍ରସ୍ତୁତ ନାହିଁ । ଯଦି ଜନସଂଖ୍ୟା ନିୟନ୍ତ୍ରଣ କରଣଯା ଏ ତେବେ 2040। ମସିହା ବେଳକୁ ଭାରତର ଜନସଂଖ୍ୟା 240 କୋଟିରୁ ଅଧିକ ହେବ । ସେତେବେଳେ ଭାରତରେ ଗୃହ ଯୁଦ୍ଧ ଲାଗିଯିବ ।। ଭାରତର ସନାତନ ଧର୍ମ ଇତିହାସ ହୋଇଯିବ । ଏଣୁ ଦେଶକୁ ବଞ୍ଚାଇବାକୁ ତଥା ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଦେଶରେ ସଶକ୍ତ ଓ ଶକ୍ତିଶାଳୀ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ଆବଶ୍ୟକ । ଏଥି ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ବ୍ୟାପକ ଆନ୍ଦୋଳନ କରି ଜନସଚେତନତା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିକଟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଦାବି କରୁଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ପ୍ରଭାରୀ କୃଷ୍ଣ ଚନ୍ଦ୍ର ପରିଡା ,ରାଜ୍ୟ ସଂଯୋଜକ ଯଦୁମଣି ପାଣିଗ୍ରାହୀ, ଉପସଭାପତି ଗୋବିନ୍ଦ ଅଗ୍ରୱାଲ, ନିଗମାନନ୍ଦ ପଟ୍ଟନାୟକ,, ପ୍ରଦୀପ କୁମାର ଜେନା, ସାଧାରଣ ସମ୍ପାଦକ ସଂଗଠନ ମିହିର ପାଣି, ସାଧାରଣ ସମ୍ପାଦକ ଦିଲ୍ଲୀପ ସ୍ବାଇଁ, ସୂର୍ଯ୍ୟନାରାୟଣ ଦାଶ, ରାଜ୍ୟ ମହିଳା ସାମ୍ମୁଖ୍ୟ ସଭାନେତ୍ରୀ ଭାରତୀ ପଣ୍ଡା ରାୟଗଡ଼ା ଜିଲ୍ଲା ସଭାପତି ଯୋଗେଶ୍ଵର ଦାସ ଙ୍କ ସମେତ ତେତିଶ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ସାଧାରଣ ସମ୍ପାଦକ ଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପଦାଧିକାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।