ପୁରା ଖବର ବିଷୟରେ



ନୂତନ ଓଡ଼ିଶା ନ୍ୟୁଜ୍ ପରିବାର ତରଫରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

Apr 11 2021 6:14PM
ନୂତନ ଓଡ଼ିଶା ୱେବ ନିଉଜ ଚେନାଲ ପକ୍ଷରୁ ଆଜି ରାୟଗଡା ଜିଲ୍ଲା ସଦର ମହକୁମାର ଜେମାଦେଇପେଣ୍ଠ ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ପଡ଼ିଆରେ କରୋନା ସମୟରେ ନିଜ ପରିବାରକୁ ପଛରେ ପକାଇ ଜନ ସାଧାରଣଙ୍କୁ ଏବଂ ସରକାରଙ୍କୁ ସହଯୋଗ କରିଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି। ଏଥିରେ ରାୟଗଡ଼ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ନୂତନ ଓଡିଶା ୱେବ ଚ୍ୟାନେଲ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା, ନୂତନ ଓଡ଼ିଶା ୱେବ ଚେନାଲର ଅଲ ଓଡିଶା ବ୍ୟୁର ହେଡ୍ ଯୋଗେଶ୍ୱର ଦାସ, ନୂତନ ଓଡ଼ିଶାର ଦକ୍ଷିଣ ଓଡ଼ିଶାର ହେଡ ଭର୍ତ୍ତ ହରିଜନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ କରୋନା ଯୋଦ୍ଧା ଭାବେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଆଶା ସାଥି, ସ୍ଵାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ , ସରପଞ୍ଚ , ବିଦ୍ୟାଳୟ ପିଅନ , ଓ ପୋଲିସ ବିଭାଗ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କରୋନାର ଦ୍ଵିତୀୟ ଲହରୀକୁ କିଭଳି ଭାବେ ପ୍ରତିହ୍ରତ କରାଯାଇ ପାରିବ ତା ଉପରେ ଉପସ୍ଥିତ କରୋନା ଯୋଦ୍ଧା ମାନଙ୍କୁ ଅବଗତ କରାଯାଇଥିଲା। ନୂତନ ଓଡ଼ିଶାର ରାୟଗଡା ବ୍ଲକ ପ୍ରତିନିଧି ପ୍ରଭାକର ରତ୍ନାଲୁ ଏବଂ ଆଜିରବାର୍ତ୍ତାର ପ୍ରତିନିଧି ଖଗେଶ୍ବର ସିଂ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ବନ୍ଧୁ ସନ୍ତୋଷ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଗୁରୁପ୍ରସାଦ ପଣ୍ଡା, ରମେଶ କିଲାନା ଓ ଶ୍ରୀମତୀ ଉଷାରାଣୀ ଦାସ ପରିଚାଳନା କରିଥିବାବେଳେ ନିଉଜ2 ଓଡ଼ିଆର ସମ୍ପାଦକ ସୋନୁ ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ଜେମାଦେଇପେଣ୍ଠ ଗ୍ରାମର ଜନସାଧାରଣ ମାନେ ଉପସ୍ଥିତ ରହି ନୂତନ ଓଡିଶା ୱେବ ଚ୍ୟାନେଲର ଏଭଳି ନିଆରା ପ୍ରୟାସକୁ ସାଧୁବାଦ ଜଣାଇଥିଲେ।