ପୁରା ଖବର ବିଷୟରେ



କରୋନା ଯଦ୍ଧା ସମ୍ମାନ

Apr 11 2021 5:28PM
ନୂତନ ଓଡ଼ିଶା ୱେବ ନିଉଜ ପକ୍ଷରୁ ଆଜି ରାୟଗଡା ଜିଲ୍ଲା ସଦର ମହକୁମାର କେ.ମାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରୋନା ସମୟରେ ନିଜ ପରିବାରକୁ ପଛରେ ପକାଇ ଜନ ସାଧାରଣଙ୍କୁ ସହଯୋଗ କରିଥିବା କରୋନା ଯଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି। କୋଲନରା ବ୍ଲକ ନୂତନ ଓଡିଶା ପ୍ରତିନିଧି ବି.ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଓଡିଶା ୱେବ ଚ୍ୟାନେଲ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାମ୍ପ ମାଲିଗାଁ ଆରଆଇ ସବିରାମ ଖସଲା, ପଞ୍ଚାୟତ ପିଇଓ ଅନୁରୋଧ ମଲ୍ଲିକ ଓ ନୂତନ ଓଡ଼ିଶା ୱେବ ଚେନଲର ଅଲ ଓଡିଶା ବ୍ୟୁର ଯୋଗେଶ୍ୱର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୧ ଜଣ କରୋନା ଯୋଦ୍ଧା ଭାବେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଆଶା ସାଥି, ସ୍ୱାସ୍ଥ୍ୟ ବିଭାଗର ଏଏନଏମ୍ ମାନଙ୍କୁ କରୋନା ଯଦ୍ଧା ଭାବେ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରିଗେଡ ସ୍କୁଲର ପରିଚାଳକ ଚନ୍ଦ୍ରଶେଖର ପରିଚାଳନା କରିଥିବା ବେଳେ ଗ୍ରାମବାସୀମାନେ ଉପସ୍ଥିତ ରହି ନୂତନ ଓଡିଶା ୱେବ ଚ୍ୟାନେଲର ଏଭଳି ନିଆରା ପ୍ରୟାସକୁ ସାଧୁବାଦ ଜଣାଇଥିଲେ।