ପୁରା ଖବର ବିଷୟରେ



ପ୍ରଶାସନ ତୋରଫୋରୁ ଦୁଇଟି ସିନେମା ହୋଲ ସିଲ୍।

Apr 11 2021 5:17PM
ପ୍ରଶାସନ ତୋରଫୋରୁ ଦୁଇଟି ସିନେମା ହୋଲ ସିଲ୍। ସାରା ଦେଶରେ କରନା ମହାମାରୀର ଦୁତିୟ ଲହରୀ ଆଲୋଡନ ସୃଷ୍ଟି କରିଛି। ତେଣୁ ପ୍ରଶାସନ ତରଫରୁ ଲୋକମାନଙ୍କୁ ବୋହୁ ସଚେତନତା କରାଯାଉଅଛି । ଗତବର୍ଷ ଠିକ ଏହି ସମୟରେ ସାରା ବିଶ୍ଵ ଦରବାରରେ ସ୍ୱାସ୍ଥ୍ୟ ଅବସ୍ଥା ପୁରା ସାଂଘାତିକ ପରିସ୍ଥିତି କୁ ଚାଲିଯାଇଥିଲା ଏହା ପରେଭି ଲୋକ ମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ମାସ୍କ ଠିକରେ ପିନ୍ଧୁ ନାହାନ୍ତି । ଏହିପରି ସମସ୍ୟା ଦେଖିବାକୁ ମିଳିଥିଲା ଆଜି ରାୟଗଡା ଜିଲ୍ଲାରେ ତେଲୁଗୁ ଚଳଚିତ୍ର ଆଜି ରିଲିଜ ଥିବା ଯୋଗୁଁ ବହୁ ସଂଖ୍ୟକ ଦର୍ଶକଙ୍କ ଜନ ଗହଳି ଦେଖିବାକୁ ମିଳିଥିଲା ରାୟଗଡା ରେ ଥିବା ଦୁଇ ସିନେମା ହଲ ଅଶୋକ ଟକିସ ଓ ଉଦୟ ପ୍ଲାଜ଼ାରେ । କେହି ମାସ୍କ ପିନ୍ଧିନାହାନ୍ତି , ସାମାଜିକଦୁରତ ନାହିଁ ପ୍ରଶାସନ ତୋରଫୋରୁ ଦିଆଯାଇଥିବା ଗାଇଡ଼ ଲାଇନ କୌଣସି ସିନେମା ହଲ ଅବଲମ୍ବନ କରିନାହାନ୍ତି ଏଥି ଯୋଙ୍ଗୁ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଅଚାନକ ଚଢ଼ାଉ କରି ଦୁଇଟି ସିନେମା ହଲକୁ ସିଲ୍ କରିଥିଲେ ଏହିସମୟରେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ରାୟଗଡା ଏସ ପି ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ।