ପୁରା ଖବର ବିଷୟରେ



ବଜ୍ରପାତ ରେ ୨୦ଗାଈ ମୃତ , ଜଣେ ମହିଳା ଆହତ

Apr 8 2021 9:05PM
ବଜ୍ରପାତ ରେ ୨୦ଗାଈ ମୃତ , ଜଣେ ମହିଳା ଆହତ ନବରଙ୍ଗପୁର ଜିଲ୍ଲାରେ ଆଜି ଅପରାହ୍ନ ୫ଟା ପରଠାରୁ ନବରଙ୍ଗପୁରରେ ଜୋରରେ ପବନ ବୋହିବା ଆରମ୍ଭ ହୋଇଥିଲା ତାର କିଛି ସମୟ ପରେ ଜୋରରେ ବର୍ଷା ହେବାରେ ଲାଗିଲା ଏହାପରେ ବିଜୁଳି ମଧ୍ୟ ବେଳେ ବେଳେ ମାରୁଥିଲା ଏତିକି ବେଳେ ସନ୍ଧ୍ୟା ୭.୩୦ ସମୟରେ ହଠାତ ଏକ ଭୟଙ୍କର ବିଜୁଳି ସହ ଘଡଘଡି ମାରିଥିଲା ସେହି ସମୟରେ ନନ୍ଦାହାଣ୍ଡି ବ୍ଲକ ପଡ।ଲଗୁଡା ଚର୍ଚ୍ଚ ପାଖ ଜସେଫ ସୁନା ଙ୍କ ଘର ସାମ୍ନାରେ ଏକ ପଡ଼ିଆରେ ୨୦ରୁ ଉର୍ଦ୍ଧ୍ବ ଗାଈ ବର୍ଷା ହେଉଥିବା କାରଣରୁ ଏକ ଗଛ ମୂଳରେ ଠିଆହୋଇ ଥିଲେ ସେହି ସମୟରେ ବିଜୁଳି ଘଡଘଡି ମାରିବାରୁ ବଜ୍ରପାତ ରେ ୨୦ଟି ଗାଈର ମୃତ୍ୟୁ ହୋଇଯାଇଛି । ଆଉ ଗୋଟେ ଛୋଟ ବାଛୁରୀରି ମଧ୍ୟ ଆହତ ହୋଇଛି ସେ ଠିକ୍ସେ ଠିଆ ହେଇପାରୁନଥିବା ଜଣାପଡୁଛି । ଏହି ସମୟରେ ପଡ।ଲଗୁଡା ଗ୍ରାମର କିଛି ଲୋକ ଘର କବାଟ ଖୋଲି ଥଣ୍ଡା ପବନ ହେଉଛି ବୋଲୁ ବାହାରେ ବସିଥିବା ବେଳେ ବଜ୍ରପାତ ପ୍ରଭାବରେ ସେହି ଗ୍ରାମର ଗୀତାଞ୍ଜଳି ସଗରିଆ (ବୟସ ୪୨) ନାମକ ଜନୈକ ମହିଳାଙ୍କ ଗୋଟେ ପାଖ ହାତ ଏବଂ ଦୁଇଟି ଗୋଡ଼ ମଧ୍ୟ ଠିକ୍ଭାବରେ କାମକରୁନଥିବା କହିଛନ୍ତି ତାଙ୍କର ସମ୍ପର୍କୀୟ ଜସେଫ ସୁନା ।...