ପୁରା ଖବର ବିଷୟରେ



ଉଦଳା ବସ ଷ୍ଟାଣ୍ଡ ର ଦୁର୍ଦ୍ଦଶା ।

Apr 7 2021 2:06AM
ଉଦଳା ବସ ଷ୍ଟାଣ୍ଡ ର ଦୁର୍ଦ୍ଦଶା । ମୟୂରଭଞ୍ଜ ଜିଲ୍ଲା ଉଦଳା ବସ ଷ୍ଟାଣ୍ଡ ରୁ ପ୍ରତ୍ୟେକ ଦିନ ପ୍ରାୟ ପାଞ୍ଚ ହଜାର।ଯାତ୍ରୀ କଟକ,ଭୁବନେଶ୍ୱର,କଲିକତା,ପୁରୀ,କେଉଁଝର,କରଞ୍ଜିଆ, ଭଦ୍ରକ,ଔପଦା ଇତ୍ୟାଦି ସ୍ଥାନକୁ ଯାତାୟାତ କରିଥାନ୍ତି ।କିନ୍ତୁ ଷ୍ଟାଣ୍ଡ ର ଦୁର୍ଦ୍ଦଶା କହିଲେ ନ ସରେ ।ଷ୍ଟାଣ୍ଡ ପରିସର ରେ ଥିବା ପରିଶ୍ରଗର ରୁ ବାହାରୁ ଥିବା ଦୁର୍ଗନ୍ଧ ସାରା ପରିସରକୁ ଦୂଷିତ କରିଦିଏ । ବ୍ଲିଚିଙ୍ଗ ପଡେ ନାହିଁ ।ଷ୍ଟାଣ୍ଡ ରେ ପଡ଼ିଥିବା ମେତାଲ ଛିଟିକି ଯାତ୍ରୀ ମାନେ।ଆହତ ହୁଅନ୍ତି ।ପ୍ରତିକ୍ଷଳୟ ସଂଲଗ୍ନ ଥଣ୍ଡା ପିଇବା ପାଣି ପାଇପ ରୁ ଗରମ ପାଣି ବାହାରେ । ଷ୍ଟାଣ୍ଡ ର ଉନ୍ନତି ପାଇଁ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ପ୍ରତିଦିନ ପାର୍କିଂ ଫି ଆଦାୟ ହୁଏ କିନ୍ତୁ ଷ୍ଟାଣ୍ଡ ପାଇଁ ।କିଛି ଉନ୍ନତି ମୂଳକ କାର୍ଯ୍ୟ ହେଉ ନ ଥିବାରୁ ଏ ବିଷୟରେ ଏନ୍,ଏ,ସି, ର କାର୍ଯ ନିର୍ବାହୀ ଅଧିକାରୀ ତଥା।ଉପଜିଲ୍ଲାପାଳ ଙ୍କୁ ବାରମ୍ବାର ଅବଗତ କରାଇ ଥିଲେ ମଧ୍ୟ କିଛି ସୁଫଳ ମିଲୁ ନାହିଁ ।ତେଣୁ ଯଥା ଶୀଘ୍ର ଯଦି ଷ୍ଟାଣ୍ଡ ର ଉନ୍ନତି ନ ହୁଏ।ତେବେ ଆଗାମୀ ଦିନରେ ଆଦାୟ ହେଉଥିବା ପାର୍କିଂ ଫି ବନ୍ଦ କରାଯିବ ବୋଲି ଉଦଳା ବସ ମାଲିକ ସଂଘ ଜଣାଇ ଛନ୍ତି ।