ପୁରା ଖବର ବିଷୟରେ



ତେନରାଜପାଲି ଅଂଚଳରୁ ୨୦ ଖଣ୍ଡ କାଠ ପଟା ଜବତ କରିବା ସହ ୧୦୦ ଖଣ୍ଡ କଞ୍ଚା ବାଉଁଶଓ ଏକ ଶଗଡ଼ ଗାଡ଼ି ଜବତ

Apr 2 2021 12:55PM
ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ବନ ବିଭାଗ ପକ୍ଷରୁ ତେନରାଜପାଲି ଅଂଚଳରୁ ୨୦ ଖଣ୍ଡ କାଠ ପଟା ଜବତ କରିବା ସହ ୧୦୦ ଖଣ୍ଡ କଞ୍ଚା ବାଉଁଶଓ ଏକ ଶଗଡ଼ ଗାଡ଼ି ଜବତ କରାଯାଇଛି । ସୂଚନା ମୁତାବକ ତେନରାଜପାଲିର ଏକ ଜଙ୍ଗଲିଆ ରାସ୍ତ ଦେଇ ଶଗଡ଼ ଗାଡ଼ିରେ ନିଅ ଯାଉଥିଲା କାଠ ଓ ବାଉଁଶ। ତେବେ ବିଶେଷ ସୂତ୍ରରୁ ଖବର ପାଇ ଏମ୍ ଭି ୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ବରେ ଫରେଷ୍ଟର ଶିବଜିତ ମଣ୍ଡଳ ଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଚଡାଉ କରାଯାଇ ଏଥିରେ ଏକ ଶଗଡ଼ ଗାଡ଼ି ସହ ୨୦ ଟି କାଠ ପଟା ଓ ବାଉଁଶ ଜବତ କରାଯାଇଥିଲା।ତେବେ ପୂର୍ବରୁ ସୂଚନା ପାଇ କାଠ କାଟୁଥିବା ଲୋକମାନେ ସେହି ଜାଗା ଛାଡିଦେଇ ଥିବାରୁ କାହାକୁ ଗିରଫ କରାଯାଇ ରେଂଜେର ନାୟକ କହିଛନ୍ତି। ଏହି କାଠପଟା,ବାଉଁଶ ଓ ଶଗଡ଼ ଗାଡ଼ିକୁ ଏକ ଟ୍ରାକ୍ଟର ଯୋଗେ ଏମଭି ୭୯ ରେଞ୍ଜ୍ କର୍ଜ୍ୟାଳୟ କୁ ଅଣାଯାଇଥିଲା। ଏହାର ଆନୁମାନିକ ମୂଲ୍ଯ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ନାୟକ କହିଛନ୍ତି। ବନ ବିଭାଗର ଅଚାନକ ଚଢାଉ କରି କାଠ ଜବତ ଘଟଣା କାଠ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ବେଳେ ଆଗାମୀ ଦିନରେ ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।