ପୁରା ଖବର ବିଷୟରେ



ଉଦଳା ପୋଲିସ କୁ ହତ୍ୟାକାରୀ ର ଖୋଲା ଖୋଲି ଚାଲେଞ୍ଜ

Mar 28 2021 9:21PM
ଉଦଳା ପୋଲିସ କୁ ହତ୍ୟାକାରୀ ର ଖୋଲା ଖୋଲି ଚାଲେଞ୍ଜ ଆଜି ସକାଳେ ଉଦଳା ଥାନା ଅଧୀନ ରେ ଥିବା ରାଢ଼ୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ର ଏକ ପୋଲ ତଳୁ ଜଣେ ଯୁବକ ର ମୃତଦେହ ପୋଲିସ ଉଦ୍ଧାର କରିଛି । ଖବର ନେବାରେ ଜଣାଯାଏ ମୃତ ଯୁବକ ଜଣକ ହେଲେ ଶାଳ ମୁଣ୍ଡୁଲି ଗ୍ରାମ ର ବିଷ୍ଣୁପତି ନାୟକ ବୟସ(୪୬) ପିତା ସୁରେଶ ଚନ୍ଦ୍ର ନାୟକ ।ସେ ଉଦଳା ବଜାର ରେ ଥିବା ମାୟାଧର ବିନ୍ଧାଣି ଙ୍କ ପାଖରେ ଡ଼୍ରାଇଭର ଭାବରେ କାମ କରୁଥିଲେ ।ଘଟଣା ଘଟିବା ଦିନ ରାତ୍ରି ୧୨ରୁ ୧ ଟା ସମୟରେ ତାଙ୍କୁ ଲୋକେ ରାଢୋ ରେ ହେଉଥିବା ଯାତ୍ରା ରେ ଦେଖିଥିଲେ ।ସକାଳେ ପୋଲ ତଳେ ମୃତ ଅବସ୍ଥାରେ ପଡିଥିବା ର ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ପହଞ୍ଚି ସବ ଉଦ୍ଧାର କରିଛନ୍ତି । ସବ ର ମୁଣ୍ଡରେ ଗଭୀର ଆଘାତ ଥିବାର ଦେଖାଯାଇଥିଲା ।ତାଙ୍କୁ କେହି ହତ୍ୟା କରି ସେଠାରେ।ପକାଇ ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଉଦଳା ଅଞ୍ଚଳ ରେ ଏହା ଏକ ନିତିଦିନିଆ ଘଟଣା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।କାରଣ ୨୦୧୮ ମସିହା ଜାନୁଆରୀ ତିନି ତାରିଖରେ ଉଦଳା ଶ୍ମଶାନ କାଳି ମନ୍ଦିର ନିକଟ ରେ ଅବସର ପ୍ରାପ୍ତ।ଶିକ୍ଷକ ସତ୍ୟବାଦୀ ବେହେରା ଙ୍କୁ ଦିନ ୮ ଟା ବେଳେ।କେହି ଦୂର୍ଦୃତ ଗଳା କାଟି ହତ୍ୟା କରିଥିଲା ।୨୦୧୯ ରେ କୁଟଲିଂ ଜଙ୍ଗଲ ରୁ ଏକ ଦରପୋଡ଼ା ସବ ଉଦ୍ଧାର କରାଯାଇଥିଲା ।ଏଗୁଡ଼ିକ ର ଆସାମୀକୁ ପୋଲିସ ଏ ପର୍ଯନ୍ତ୍ ଧରିବାରେ ସକ୍ଷମ ହୋଇପାରି ନାହିଁ । ତେଣୁ ହତ୍ୟାକାରୀ ପୋଲିସ କୁ ଖୋଲାଖୋଲି ଚାଲେଞ୍ଜ ଦେଇ ଛି । ବୋଲି ସାଧାରଣ ରେ ଚର୍ଚା ଜୋର୍ ଧରୁଛି ।ଉଦଳା ଥାନାର ଭାରପ୍ରାପ୍ତ ଅଧିକାରୀ ମୁକ୍ତି କୁମାର କୁଲୁ ତଦନ୍ତ କରୁଛନ୍ତି । ଉଦଳା ଥାନା କେଶ ୧୦୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି । ବାରିପଦା ରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ଆଦି ସନ୍ଧାନ ନେଉଛନ୍ତି । ଖବର ଲେଖା ବେଳକୁ ପୋଲିସ କାହାରିକୁ ଗିରଫ କରି ନାହିଁ । ଉଦଳା ରୁ ମୟୂରଭଞ୍ଜ ପ୍ରତିନିଧି ସୁରେଶ୍ଵର ଜେନା ଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ ।