ପୁରା ଖବର ବିଷୟରେ



ନବରଙ୍ଗପୁର ବ୍ଳକ ଅଫିସ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

Mar 18 2021 4:48PM
ନବରଙ୍ଗପୁର ବ୍ଳକ ଅଫିସ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ଆଜି ନବରଙ୍ଗପୁର ଜିଲ୍ଲା ର ନବରଙ୍ଗପୁରବ୍ଳକ ଅଫିସ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଚିହ୍ନଟ ହିତାଧିକାରୀ ମାନଙ୍କୁ ସହାୟତା ଏବଂ ଉପକରଣ ଗୁଡ଼ିକ ବିତରଣ କରିଥିଲେ। କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବ୍ଲକ ର ବ୍ଳକ ଅଧ୍ୟକ୍ଷା,ଉପାଧ୍ୟକ୍ଷା,ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।