ପୁରା ଖବର ବିଷୟରେ



ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନାରେ ନର୍ସଙ୍କୁ ଆକ୍ରମଣ ଆରେଷ୍ଟ ହେଲେ ତିନି ବିଜେଡି କର୍ମୀ।

Mar 15 2021 7:55PM
ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନାରେ ନର୍ସଙ୍କୁ ଆକ୍ରମଣ ଆରେଷ୍ଟ ହେଲେ ତିନି ବିଜେଡି କର୍ମୀ। ରିପୋର୍ଟର-ବିଜୟ କୁମାର ବେହେରା(ଅନୁଗୋଳ)। -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନାରେ ବିଜୁ ଜନତାଦଳର କର୍ମିଙ୍କ ନର୍ସଙ୍କୁ ଆକ୍ରମଣ ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପଲଟିଥିଲା। ଦଲକ ପଞ୍ଚାୟତ ବିଜେଡି ସଭାପତି ଜୟନ୍ତ ପ୍ରଧାନଙ୍କ ବାହାଘରରେ ବରଯାତ୍ରୀରେ ବ୍ୟବହୃତ ଗାଡ଼ିନଂ ଓଡ଼ି୧୯ଜେ- ୮୧୩୩ରେ ଆସି ଅପରାହ୍ନ ୪ଟାବେଳେ ଆକ୍ରମଣ ହେଇଥିବା ରେଙ୍ଗାଳୀ ଥାନାରେ ଅଭିଯୋଗ ହୋଇଥିଲା। ନିଜକୁ ବିଜେଡି କର୍ମୀ କହୁଥିବା ତିନିଜଣ ବ୍ଯକ୍ତି ରେଙ୍ଗାଳି ଡାକ୍ତରଖାନାକୁ ଆସି ୨ଜଣ ଷ୍ଟାଫନର୍ସଙ୍କୁ ଅସଦ ବ୍ୟବହାର କରିବା ସହ ଜଣେ ୱେବ ସମ୍ବାଦିକଙ୍କୁ ମାଡ଼ ମାରିଛନ୍ତି। ମଦ୍ୟପାନ କରି ବରଯାତ୍ରୀରେ ଗଣ୍ଡଗୋଳକରି ଆହତ ହେଇଥିବା ବିଜେଡି କର୍ମୀମାନେ ଡାକ୍ତରଖାନାକୁ ଆସି ଏଭଳି କାଣ୍ଡ କରିବା ଓ ଅସାମ୍ବିଧାନିକ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲା ପେଲା କରି ନାରୀର ସମ୍ବେଦନଶୀଳ ଜାଗାରେ ହାତ ମାରିବା ଅଭିଯୋଗ ହୋଇଥିଲା।ଯାହା ଫଳରେ ୭ଦିନ ପରେ ତିନି ଅଭିଯୁକ୍ତ ଆରେଷ୍ଟ ହେଲେ।ଦଲକ ପଞ୍ଚାୟତ ଟିଟିରିମା ଗ୍ରାମର, ଚିତ୍ତରଞ୍ଜନ ପ୍ରଧାନ,ଅନିଲ ନାଟିଆ,ଶୁସାନ୍ତ କୁମାର ସାହୁ,ଏହି ତିନି ଜଣଙ୍କ ନାମରେ ଲାଗିଥିବା ଦଫା IPC ୩୪୧,୨୯୪,୩୨୩,୫୦୬,୩୪ ଆଜି ଫରୁଆଡେ ହୋଇଥିବା ରେଙ୍ଗାଳି ଥାନା ଅଧିକାରୀ ଙ୍କ ସୂଚନା।