ପୁରା ଖବର ବିଷୟରେ



ଆନ୍ଦୋଳନରେ ପ୍ରଶାସନ ଚାପ ପକାଇଥିଲେ ୬୦ ଟ୍ରକ୍ ମାଲିକ ଦେବେ ଆତ୍ମାହୁତି

Mar 15 2021 2:30PM
ଆନ୍ଦୋଳନରେ ପ୍ରଶାସନ ଚାପ ପକାଇଥିଲେ ୬୦ ଟ୍ରକ୍ ମାଲିକ ଦେବେ ଆତ୍ମାହୁତି ରିପୋର୍ଟ:-ବିଜୟ କୁମାର ବେହେରା। (ଅନୁଗୋଳ )। - ଅନୁଗୋଳ ଜିଲ୍ଲା କଣିହାଁ ଆଞ୍ଚଳିକ ଟ୍ରକ୍ ମାଲିକ ସଙ୍ଘ ସାମ୍ବାଦିକ ସମ୍ମିଳନୀରେ ବାରମ୍ବାର ଅଭିଯୋଗ ପରେ ଦାବି ପୂରଣ ନହେବାରୁ ଆସନ୍ତା କାଲି ଖଣି ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।ଆନ୍ଦୋଳନ ସମୟରେ ପ୍ରସାଶନ ଚାପ ପକାଇଲେ ଆତ୍ମାହୁତି ଦେବେ ବୋଲି ଟ୍ରକ୍ ମାଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନା ଯେ , ଆଞ୍ଚଳିକ ଟ୍ରକ୍ କୁ ୪୦ ଭାଗ ପରିବହନ ପାଇଁ ଅଗ୍ରାଧିକାର ଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରଶାସନ ,ଏମସିଏଲ୍ ଓ କମ୍ପନୀ ମଧୂଚନ୍ଦ୍ରିକା ଥିବା ରୁ ସ୍ଥାନୀୟ ଟ୍ରକ୍ ଓ ଲୋକମାନେ ନିଯୁକ୍ତି ପାଇପାରୁନାହାଁନ୍ତି ।ତେଣୁ ଆସନ୍ତା କାଲି ଆନ୍ଦୋଳନ ରୋକିବାରେ ପ୍ରଶାସନ କି ପଦକ୍ଷେପ ନେବ ତାହା ଦେଖିବାକୁ ରହିଛି ।