ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୁଲିସ କୁ ମିଳିଛି ଆଉ ଏକ ସଫଳତା

Mar 13 2021 9:53PM
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୁଲିସ କୁ ମିଳିଛି ଆଉ ଏକ ସଫଳତା , ପୁଲିସ ଜଣେ ବ୍ୟକ୍ତି ଙ୍କ ଠାରୁ ୩୩ କିଲୋ ଗଞ୍ଜେଇ କୁ ଜବତ କରି ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି କି କୋଷାଗୁମୁଡା ଥାନା ଅନ୍ତର୍ଗତ ମାଝୀଧନୁଆ ଗ୍ରାମ ର ଭଇଁସାବେଡା ଗାଁ କୁ ଯିବା ଛକ ନିକଟରେ ରାତି ପ୍ରାୟ ସାଡେ ୩ ଘଣ୍ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଛକି ରହିଥିଲା , ଏହି ସମୟରେ ଉକିଆପାଲି ପଞ୍ଚାୟତ ବରଗାଁ ରୁ ୩ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାବୁଡ଼ରେ ଉକିଆପାଲି ଗ୍ରାମର ଦୁଲଭ ସମରଥ (୩୨) ପଡିଯାଇଥିଲା ଓ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ଗଞ୍ଜେଇ ସହ ଦୁଲଭ କୁ ଗିରଫ କରି କୋଷାଗୁମୁଡା ଥାନାରେ କେସ ନମ୍ବର ୪୦/୨୦୨୧ ପ୍ରକାରେ ମାମଲା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଡାଉ ସମୟରେ କୋଷାଗୁମୁଡା ଥାନା ଏସ.ଆଇ. ଆଲୋକ ପ୍ରସାଦ ଭୋଇ , ହାବିଲଦାର ରଘୁନାଥ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ ।ଏହି ମାମଲାର ତଦନ୍ତ ଏସ.ଆଇ. ଶଶୀଭୂଷଣ ମଙ୍ଗରାଜ କରୁଥିବା ଜଣାପଡିଛି । ଆଉ ଶୀଘ୍ର ଅନ୍ୟ ଦୁଇ ଫେରାର ଅଭିଯୁକ୍ତ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି,,