ପୁରା ଖବର ବିଷୟରେ



ଯାତ୍ରୀବାହି ବସ ରୁ 26କେଜି ଗଂଜେଇ ଜବତ

Mar 13 2021 7:49AM
ଯାତ୍ରୀବାହି ବସ ରୁ 26କେଜି ଗଂଜେଇ ଜବତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଳପୁର ପୁଲିସ ଦ୍ୱାରା ଯାତ୍ରୀ ବାହି ବସରୁ ଗଂଜେଇ ଜବତ l ସୂଚନା ଅନୁଯାଇ କୌଣସି ସୂତ୍ରରୁ ଗଂଜେଇ ଚରା ଚାଲାଣ ର ଖବର ପାଇ ମୈଦଳପୁର ପୁଲିସ ଗାଡି ଗୁଡିକ ଚେକିଂ କରୁଥିବା ସମୟରେ ରାତ୍ର ପ୍ରାୟ 10 ସମୟରେ ଦାମନ ଯୋଡ଼ି ରୁ ସମ୍ବଲପୁରଯାଉଥିବା ଯାତ୍ରୀବାହୀ ବସ ଗାଡି ନଂ OD 03F 8655 ରୁ ତିନଟି ବ୍ୟାଗ ରୁ ଗଂଜେଇ ଜବତ କରିଥିଲେ l ବସରେ ପ୍ରାୟ 25ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବରେ ଅନ୍ୟ ଏକ ବସ ରେ ପଠାଯିବl ସହ ବସଟିକୁ ପୁଲିସ ଜବତ କରି ଦୁଇ ଜଣଙ୍କୁ ଅଟକ ରଖିବା ସହ ବସ ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ପଚରା ଉଚରା କରି ଘଟଣାର ତଦନ୍ତ ଜାରି ରଖିଥିଲ l ଅଟକ ଥିବା ଦୁଇ ଜଣ ରୁ ଜଣେ ମହିଳା ଥିବା ଜଣା ପଡିଛି ଜଣେ ବିହାର ର ନନ୍ଦ କୁମର ଓ ଅନ୍ୟ ଜଣେ ସୁଷମା ଗୁଣ୍ଠା ବୋଲି ଜଣା ପଡିଛି l ଆଇ ଆଇ ସି ଶୁବେନ୍ଦୁ ସବର, ଏ ଏସ ଆଇ ଅନାମୁ ଦିଆନ, ଏସ ଆଇ ସୁବାସ କର୍କରl, ଶାନ୍ତି ଲତା ବାରିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜବତ ଗଂଜେଇ ର ଓଜନ 26କେଜି ଥିବା ସୂଚନା ଦେଇଛନ୍ତି l