ପୁରା ଖବର ବିଷୟରେ



ନନ୍ଦାହାଣ୍ଡି ବ୍ଲକ ଠାରେ ଓରମାସ ଦ୍ଵାରା ନିଯୁକ୍ତି ମେଳା ଅନୁଷ୍ଠିତ

Mar 13 2021 7:47AM
ନନ୍ଦାହାଣ୍ଡି ବ୍ଲକ ଠାରେ ଓରମାସ ଦ୍ଵାରା ନିଯୁକ୍ତି ମେଳା ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସଭା ଗୃହ ରେ ଓରମାସ ଦ୍ଵାରା ପଞ୍ଚାୟତ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ସେଥିରେ ନନ୍ଦାହାଣ୍ଡି ଏ. ବି. ଡି. ଓ. ଶ୍ରୀ କୋଅର, ଜି ପି. ଓ. ମହେଶ୍ୱର ପ୍ରଧାନ,ନବରଙ୍ଗପୁର ଜିଲ୍ଲା କଡ଼ିନେଟର ଅଲିନବିନ୍ଦୁ ରାଓ ଉପସ୍ଥିତ ରହି ପିଲା ମାନଙ୍କୁ ବୁଝାଇ ଥିଲେ l ନନ୍ଦାହାଣ୍ଡି ବ୍ଲକ ର ଛଅ ଗୋଟି ପଞ୍ଚାୟତା ରୁ ପ୍ରାୟ 56 ପିଲା ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିଲେ ଭୁବନେଶ୍ୱର ଠାରୁ ଦୁଇଟି କମ୍ପାନୀ ରୁ ଆସି ଇଛୁକ ପିଲାମାନଙ୍କୁ ନେଇ ଟ୍ରେନିଙ୍ଗ ଦେଇ ଚାକିରୀ ର ସୁଯୋଗ ଦିଆଯିବ ବୋଲି ମତ ରଖି ଥିଲେ l ସିଲେଇ,କମ୍ପୁଟର,ଅଲଡିଂ ବିଭିନ୍ନ ବିଷୟରେ ଯୋଗ୍ୟତା ଭିତ୍ତିକ ଟ୍ରେନିଙ୍ଗ ର ସମସ୍ତ ସରକାର ବହନ କରିବେ ବୋଲି ପ୍ରକାଶ କରିଥିଲେ