ପୁରା ଖବର ବିଷୟରେ



ଭଞ୍ଜସେନାର ବନ୍ଦ ଡାକରାକୁ ଉଦଳା ରେ ଅଦ୍ଭୂତପୂର୍ବ ସମର୍ଥନ ।

Mar 10 2021 7:42AM
ଭଞ୍ଜସେନାର ବନ୍ଦ ଡାକରାକୁ ଉଦଳା ରେ ଅଦ୍ଭୂତପୂର୍ବ ସମର୍ଥନ । (ମୟୂରଭଞ୍ଜ ରୁ ଶୁରେଶ୍ୱର ଯେନାଙ୍କ ରିପୋର୍ଟ ) ଶିମିଳିପାଳ କୁ କେନ୍ଦ୍ରକରି ସମଗ୍ର ବିଶ୍ୱରେ ମୟୂରଭଞ୍ଜ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏହାର ସୁରକ୍ଷା ପାଇଁ ରାଜନୈତିକ ନେତା ମନ୍ତ୍ରୀ ଙ୍କ ଲେସ ମାତ୍ର ସହଯୋଗ ଦେଖିବାକୁ ମିଳୁନାହିଁ ।ଏପଟେ ଶିମିଳିପାଳ ନିଆଁ ରେ ଜଳୁଥିବା ବେଳେ ଜିଲ୍ଲାର ମନ୍ତ୍ରୀ ନେତା ଖେଳରେ ମସ ଗୁଲ ଅଛନ୍ତି । ନିଆଁ ଲାଗିବାର ଦୁଇ ସପ୍ତାହ ବିତିଗଲା ପରେବି ତାହା ନିୟନ୍ତ୍ରଣ ରେ ନାହିଁ । ହାସ୍ୟାସ୍ପଦ ର କଥା ନିଆଁ ପନ୍ଦର କୋଡ଼ିଏ ଫୁଟ ଉଚ୍ଚତା ରେ ଜଳୁଥିଲା ବେଳେ ସରକାର କହୁଛନ୍ତି ବଣ ର ଜୀବ ଜନ୍ତୁ ଓ ଗଛ ନିରାପଦ ରେ ଅଛନ୍ତି ।ଏହାର ପ୍ରତିବାଦ ରେ ମୟୂରଭଞ୍ଜ ଭଞ୍ଜସେନ ର ଜିଲ୍ଲା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଉଦଳା ରେ ଦୋକାନ ବଜାର ,ଗାଡ଼ି ମୋଟର ବନ୍ଦ କହିଛନ୍ତି ।