ପୁରା ଖବର ବିଷୟରେ



ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

Mar 9 2021 12:26PM
ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ। Report:-Manoj Das ଗତକାଲି ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଘୋଟିଛି ଏକ ଅଭାବନିୟ ଘଟଣା । ସ୍ଥାନୀୟ ମୋତିଲାଲ ନଗର ସାହିରେ ଭୋର ସଖାଳ ସମୟରେ ସୁବିବାକୁ ପାଇଥିଲା କାନ୍ଦ ପାଟି ତୁଣ୍ଡ କୋଣ ହେଲା କେହି ଜାଣିପାରୁନଥିଲେ ଦେଢ ବର୍ଷର ଛୁଆଟିଏ ପାଟି କରି କାନ୍ଦୁଥାଏ ମା ପାଖକୁ ଯିବାପାଇଁ କିନ୍ତ ସେହି ସମୟରେ ମା ତାକୁ ସବୁଦିନ ପାଇଁ ଛାଡି ଚାଲିଯାଇଛି । ଘୋର ଆଖପାଖ ଲୋକମାନେ ଜାଣିବାକୁ ପାଇଲେଯେ ସେହିଘରର ଵାଡିପଟ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇ ନାଳରେ ପୋଡିରହିଛି। ସୂଚନା ଅନୁସାରେ ଗତକାଲି ପତ୍ନୀ ଚିନ୍ନା ଆମୁଲୁ(୨୬) ଓ ସୁରେଶ କୁମ୍ଭାର(୩୫) ମଧ୍ୟରେ କୌଣସି ଏକ କାରଣରୁ ଗୋହୋଲି ହୋଇଥିଲା। ଆଜି ସଖାଳୁ ତାଙ୍କ ମୃତ୍ୟୁ ଶରୀର ବାଡ଼ି ପଛପଟ ନାଳରେ ପଡିଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଏହା ଚୋକିତ କରିଦେଇଥିଲା । ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ମାରି ନିଆଁ ଲଗାଇଦେଇଛନ୍ତି ବର୍ତ୍ତମାନ ସୁଦ୍ଧା ତାହା ସ୍ୱଷ୍ଟ ହୋଇପାରିନାହିଁ ।ଏ ନେଇ ଥାନାରେ କେସ ନମ୍ବର ୩୨/୪୧ ଅନୁଯାଇ ୪୯୮, ୩୦୪ ଦଫା ଅନୁସାରେ କେସ ଫାଇଲ ହୋଇଛି। ମହିଳା ପରିବାର ଲୋକେ ଯୌତୁକ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ପ୍ରଶାସନ ଯଥା ଶୀଘ୍ର ଏହାର ପରଦା ଉଠାଇବା ବୋଲି କହିଛନ୍ତି।