ପୁରା ଖବର ବିଷୟରେ



ନବରଙ୍ଗପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଇଭ ଭିଡିଓ କାର୍ଯ୍ୟକ୍ରମ ଅନୁଷ୍ଠିତ

Mar 7 2021 1:58PM
ନବରଙ୍ଗପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଇଭ ଭିଡିଓ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗତ କାଲି ସନ୍ଧ୍ୟା ୬ଘଣ୍ଟ ସମୟରେ ନବରଙ୍ଗପୁର ସ୍ଥିତ ଶ୍ରୀଲକ୍ଷ୍ମୀ ପେଟ୍ରୋଲ ପମ୍ପ ପରିସର ମଧ୍ୟରେ BPCL ତରଫରୁ ଲାଇଭ ଭିଡ଼ିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଯାଇଛି। ଏହି ଲାଇଭ ଭିଡ଼ିଓ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସେରା ସପ୍ତାହ ଚାଲିଥିବା ସମୟରେ କାମ୍ବ୍ରିଜ ରିସର୍ଚ୍ଚ ଏସସିଏସନ ତରଫରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପୃଥିବୀର ପରିବେଶ ଉର୍ଜା ଓ ପରିବେଶ ନେତୃତ୍ୱ ନିମନ୍ତେ ଆବାର୍ଡ଼ ଦିଆଯିବାର ସିଧା ପ୍ରସାରଣ ଲାଇଭ ଭିଡ଼ିଓ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଆନନ୍ଦ ନେଇଥିଲେ ଉପସ୍ଥିତ ବିଜେପି କର୍ମକର୍ତ୍ତା। ଏହି କାର୍ଯ୍ୟକ୍ରମ ରେ ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋୖରୀ ଶଙ୍କର ମାଝୀ, ଜିଲ୍ଲା ମହିଳା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ନବରଙ୍ଗପୁର ନଗର ବିଜେପି ସଭାପତି ପିଣ୍ଟୁ ମିଶ୍ର,ବରିଷ୍ଠ ବିଜେପି ନେତା ସତ୍ୟବାଦୀ ଷଡ଼ଙ୍ଗୀ, କାନୁ ଦାସ,ଅରୁଣ ପୁଜାରୀ,ମନୋଜ ମହାଙ୍କୁଡ଼,ଶଙ୍କର ଷଡ଼ଙ୍ଗୀ, ସୁବ୍ରତ ମିଶ୍ର, ଶୁଭମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।