ପୁରା ଖବର ବିଷୟରେ



ସେଞ୍ଚୁରିୟନ ପବ୍ଲିକ ସ୍କୁଲ ଗଜପତି ଦ୍ବାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

Mar 4 2021 4:50PM
ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଅଡିଟୋରିୟମ୍ ଗଜପତି ଠାରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲ ଗଜପତି ଦ୍ବାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଉକ୍ତ ଆୟୋଜନ କୁ ସେଞ୍ଚୁରିୟନ ପବ୍ଲିକ ସ୍କୁଲ ସହିତ ସାମାଜିକ ଓ ସଂସ୍କୃତି କେନ୍ଦ୍ର ଓଡ଼ିଶା ସରକାର ଏବଂ ସହଯୋଗୀ ଭାବେ ବୈଷୟିକ ବିଜ୍ଞାନ ବିଭାଗ ଭାରତ ସରକାର ଦ୍ବାରା କରାଯାଇଛି , ଉକ୍ତ କାର୍ଯ୍ୟକ୍ରମରେ ମିଷ୍ଟର୍ ଜେ. କେ ନାୟକ ସ୍ବାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା ଅଧ୍ୟକ୍ଷ ଜବାହାର ନବୋଦୟ ବିଦ୍ୟାଳୟ ଗଜପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ ଏସ୍. ପି. ନନ୍ଦ ଡିନ୍ ସ୍ବାମିନାଥନ କୃଷି ବିଦ୍ୟାଳୟ କୁଟୁମ୍ , ଶ୍ରୀଯୁକ୍ତ ହରପ୍ରସାଦ ମିଶ୍ର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଜବାହାର ନବୋଦୟ ବିଦ୍ୟାଳୟ ଗଜପତି ଓ ସ୍ବତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସଂଜୟ କପୁର, ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ଗଜପତି ର ନିର୍ଦ୍ଦେଶିକା ମିସ୍ କଲ୍ଲାପୁର୍ଣ୍ଣା ନଲ୍ଲା ଏବଂ ଅଧ୍ୟକ୍ଷା ମିସ୍ ସୁନିତା ପାଣିଗ୍ରାହୀ, ଡ଼କ୍ଟର ଅନିତା ପlତ୍ର, ଅଶୋକ ମିଶ୍ର,ଆଡିମିନଷ୍ଟ୍ରେଟର ଅଫିସର , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ପ୍ରଦାନ କରିଥିଲେ , ଆୟୋଜନ କରାଯାଇଥିବା ୩୬ଟି ବିଜ୍ଞାନ ପ୍ରୋଜେକଟ ପ୍ରଦଶନ ହୋଇଥିଲା “ସମର୍ଟ ହୋମ , କୀଡୀନିର କାଯ୍ୟକାରିତା, ବାୟୁ ଚଳିତ ଶୀତ ତାପ ଯନ୍ତ୍ର, କୋମ୍ପୁଟର ରୋବଟ, ଅଟୋମେଟିକଫୟାର ଆଲାର୍ମ,” ଇତ୍ୟାଦି ପ୍ରକଳ୍ପ ପ୍ରଦେଶତ ହୋଇଥିଲା l ବିଜ୍ଞାନ କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୧୦ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ .