ପୁରା ଖବର ବିଷୟରେ



ଉଦଳା ବସ ଷ୍ଟାଣ୍ଡ ରେ ଥିବା ବିଶ୍ରାମ ଗାରରେ ଯାତ୍ରୀ ହନ୍ତସନ୍ତ ।

Mar 4 2021 11:48AM
ଉଦଳା ବସ ଷ୍ଟାଣ୍ଡ ରେ ଥିବା ବିଶ୍ରାମ ଗାରରେ ଯାତ୍ରୀ ହନ୍ତସନ୍ତ ।ମୟୂରଭଞ୍ଜ ଜିଲ୍ଲା ଉଦଳା ବସ ଷ୍ଟାଣ୍ଡ ରେ ଥିବା ଯାତ୍ରୀ ବିଶ୍ରାମ ଗାର ଟି ଅବହେଳିତ ଅବସ୍ଥାରେ ଅଛି । ଏଠାରେ ପିଇବା ପାଣି,ପବନ ଓ ଆଲୋକ କିଛି ହେଲେ ନାହିଁ ।କେବଳ ମାତ୍ର ଅଛି ପରିଶ୍ରା ର ଦୁର୍ଗନ୍ଧ ବାସ୍ନା ।ଉଦଳା N A C ଦ୍ବାରା ପ୍ରତିଦିନ ଟିକସ ଆଦାୟ ହୁଏ ଷ୍ଟାଣ୍ଡ ର ଉନ୍ନତି ପାଇଁ,କିନ୍ତୁ ଯାତ୍ରୀ ତାହା ପାଇବାରୁ ବଞ୍ଚିତ ହୁଅନ୍ତି । ଘର ଯାକ ପାନ ଛେପ ରେ ଲାଲ ଦେଖା।ଯାଇଥାଏ ତ ଘର ଯାକ ଅଳନ୍ଧୁ ରେ ଭର୍ତ୍ତି ।ଏହା କଣ୍ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପରିଚ୍ଛନ୍ନତା ।ଷ୍ଟାଣ୍ଡ ପରିସର ରେ ଥିବା ପରିସ୍ରା ଗାରରେ ନିୟମିତ ବ୍ଲିଚିଂ ପଡୁ ନ।ଥିବାରୁ ତାର ଦୁର୍ଗନ୍ଧ। ସାରା ଷ୍ଟାଣ୍ଡ ରେ ଖେଳାଇ।ହୋଇ ଥାଏ ।ଫଳରେ ଯାତ୍ରୀ ମାନେ ଅଣ ନିଶ୍ୱସି ହୋଇ ପଡନ୍ତି ।ବିଶ୍ରାମ ଗାର।ରେ ଥିବା ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ବିଜ୍ଞାପନ ରେ ରହି ଯାଇଛି ,ଯାତ୍ରୀମାନେ ଏ ଖରାରେ କାନ୍ଥରେ ଥିବା ବିଜ୍ଞାପନ ଦେଖି ଶୋଷ ମେଣ୍ଟାଇ ଥାଆନ୍ତି ।ଷ୍ଟାଣ୍ଡ ର ଏହି ଅସୁବିଧା।ବାରମ୍ବାର ଖବର କାଗଜ ଓ ୱେବ୍ ଚାନେଲ ରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ତାହାର କିଛି ଫଳ ମିଳୁନାହିଁ ।ଏପରିକି ଏ ଅସୁବିଧା ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ।ଫଳ ଶୂନ ।ଷ୍ଟାଣ୍ଡ ମଜିରେ ଥିବା ଉଜ୍ଜଳ ଆଲୋକ ମଧ୍ୟ ସନ୍ଧ୍ୟା।ହେବାର ୧/୨ ପରେ ଆସୁଥିବାରୁ ଲୋକେ ବହୁତ୍ ହୋଇରାଣ ହୁଅନ୍ତି ।ଏହାର ସୁବନ୍ଦୋବସ୍ତ ନ ହେଲେ।ଆଗାମୀ ଦିନରେ ଯାତ୍ରୀ ମାନଙ୍କ ତରଫରୁ ଆନ୍ଦୋଳନ କୁ କେହି ଏଡାଇ।ଦେଇ ପାରିବେ ନାହିଁ ।