ପୁରା ଖବର ବିଷୟରେ



ମଣ୍ଡି ବନ୍ଦ, ଚାଷୀ କୁଳ ଚିନ୍ତାରେ ଦୁର୍ବିସହ ନବରଙ୍ଗପୁର ଜିଲ୍ଲାର ଚାଷୀକୂଳ

Mar 4 2021 8:22AM
ମଣ୍ଡି ବନ୍ଦ, ଚାଷୀ କୁଳ ଚିନ୍ତାରେ ଦୁର୍ବିସହ ନବରଙ୍ଗପୁର ଜିଲ୍ଲାର ଚାଷୀକୂଳ ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଅବ୍ୟବସ୍ଥା ଚରମ ସୀମାରେ । ଚଳିତ ବର୍ଷ ଧାନ ମଣ୍ଡି ଗତ ୧୫ ତାରିଖରୁ ବନ୍ଦ କରିବା ଆଦେଶ ଆସିବା ସତ୍ବେ ଜିଲ୍ଲାର ଅଧିକାଂଶ ମଣ୍ଡି ରେ ପଡି ରହିଛି ହଜାର ହଜାର କୁଇନ୍ତାଲ ଧାନ । ଗତ ଦୁଇ ମାସ ଧରି ନବରଙ୍ଗପୁର ଜିଲ୍ଲା ଅଞ୍ଚଲଗୁମ୍ମା ମଣ୍ଡି ରେ ପଡି ରହିଛି ୨୦୬ ଜଣ ଚାଷୀଙ୍କ ଧାନ ।ଗତ ଜାନୁଆରୀ ମାସ ୧୨ ରେ ଥିବା ଟୋକେନ ରୁ ଧାନ କ୍ରୟ କରା ନ ଯିବା ହେତୁ ଚାଷୀ କୁଳ ଚିନ୍ତାରେ ହନ୍ତସନ୍ତ ହେଉଛନ୍ତି । ଅଞ୍ଚଲଗୁମା କ୍ୟାମ୍ପ ଅନ୍ତର୍ଗତ ଅଞ୍ଚାଲଗୁମ୍ମା, ପାତ୍ର ପୁଟ , ଝରିଗୁମ୍ମା, କଂଗ୍ରା, କମତା, କୁକୁଡ଼ାବାଇ, କଣ୍ଟଗାଁ, ଆମ୍ଲାଭଟ୍ଟା ପଞ୍ଚାୟତର ୨୦୬ ଜଣ ଚାଷୀଙ୍କ ମୋଟା ମୋଟି ୧୬୦୦୦ କୁଇନ୍ତାଲ୍ ଧାନ ବିକ୍ରି ନ ହୋଇ ମଣ୍ଡି ରେ ପଡି ରହିବା ସହ ଚାଷୀ ମାନଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଜି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ମଣ୍ଡି ସ୍ଥଳକୁ ତହିଲଦାର, ଆର୍ ଆଇ, ପୋଲିସ ବିଭାଗ, ଯୋଗାଣ ବିଭାଗ ତଥା ଏ ଆର୍ ସି ଏସ ଙ୍କ ଯୁଗ୍ମ ଭାବେ ପରିଦର୍ଶନ କରି କେତେ ଜଣ ଚାଷୀ ଓ କେତେ କୁଇଣ୍ଟାଲ ଧାନ ପଡ଼ିରହିଛି ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ସୂଚନା ଥାଉ କି ଗତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୧୫, ଲକ୍ଷ ୮ ହଜାର କୁଇଣ୍ଟାଲ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ପଞ୍ଜିକୃତ ହୋଇଥିବା ୨୮୬୧୬ ଚାଷୀ ଙ୍କ ମଧ୍ୟରୁ ୨୨୪୬୫ ଜଣ ଚାଷୀଙ୍କ ଠାରୁ ୧୯,୪୮,୦୨୬ କୁଇଣ୍ଟାଲ କ୍ରୟ କରାଯାଇଥିବା ସୂଚନା ରହିଛି । ଅତି ଶୀଘ୍ର ଚାଷୀଙ୍କ ଧାନ ଉଠିବ ବୋଲି ଉପସ୍ଥିତ ଅଧିକାରୀ ମାନେ ମତ ପ୍ରକାଶ କରିଛନ୍ତି ।