ପୁରା ଖବର ବିଷୟରେ



ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ହେଉଥିବା ରାସ୍ତା କାମ କୁ ବନ୍ଦ କଲେ ଗ୍ରାମବାସୀ

Mar 3 2021 8:43PM
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ହେଉଥିବା ରାସ୍ତା କାମ କୁ ବନ୍ଦ କଲେ ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ସ୍ଥିତ ପଡିଆ ବ୍ଳକ ଅନ୍ତର୍ଗତ ଏମ.ପି.ଭି ୫୬ ଗ୍ରାମ ରେ ରାସ୍ତା କାମ କୁ ନେଇ ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ହେଉଥିବା ରାସ୍ତା ର‌ କାମ ଅତି ନିମ୍ନ ମାନର ଓ ଖରାପ କାମ ହେଉଥିବାରୁ ଗ୍ରାମ ର ଲୋକ ମାନେ ଏକତ୍ରିତ ହୋଇ ଏହି କାମ କୁ ବନ୍ଦ କରିବାର ଦେଖିବାକୁ ମିଳିଛି।ଲୋକ ମାନଙ୍କ ଅଭିଯୋଗ ଯେ ରାସ୍ତା କାମ ଖରାପ ହେବା ସହିତ ନିମ୍ନ ମାନର ହେଉଛି ଏହା ସହିତ ଅଳ୍ପ ମୋରମ ଓ ରୋଲିଙ୍ଗ ଠିକ ଭାବରେ ହୋଇ ନ ଥିବାରୁ ପିଚୁ ଏବଂ ମେଟାଳ ଉଠି ଯାଉଛି। ଏହା ସହିତ ଅଳ୍ପ ପିଚୁ ରେ ରୋଡ଼ କାମ ସାରିଥିବା କଥା ଲୋକ ମାନେ ପ୍ରକାଶ କରିଛନ୍ତି। ଅଳ୍ପ ଓ ପତଳା ପିଚୁ ପଡ଼ିବା ହେତୁ ରାସ୍ତା ରୁ ପିଚୁ ଉଠି ଯିବାର ଦେଖିବାକୁ ମିଳିଛି।ଏହି କାମ କୁ ଯେଉଁ ଠିକାଦାର ବା କମ୍ପାନୀ ନେଇଛି ଏଥିରେ ଛୋଟ ପିଲା ଙ୍କୁ ବି କାମ ରେ ନିୟୋଜିତ କରାଯାଉଥିବା ଲୋକମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଲୋକ ମାନଙ୍କ ଅଭିଯୋଗ ଯେ ସରକାର ଙ୍କ ଏତେ ଟଙ୍କା ପ୍ରକଳ୍ପ କାହା ସ୍ବାର୍ଥରେ? ଯଦି ଏହା ଲୋକ ମାନଙ୍କ ସ୍ୱାର୍ଥ ପାଇଁ ତାହା ହେଲେ ଲୋକ ମାନେ ଏହାର ସଠିକ ମୂଲ୍ୟ ପାଉ ନାହାଁନ୍ତି କ'ଣ ପାଇଁ? ଏହା କ'ଣ ଠିକାଦାର ଏବଂ ବଡ଼ ବାବୁ ମାନଙ୍କ ପାଇଁ କି? ଏହାର ଯଦି ଠିକ୍ ରୂପାୟନ ହେଇ ପାରୁ ନାହିଁ ତ ଏହା କାହା ସ୍ୱାର୍ଥରେ ଲାଗିବ ?ଏହି ସବୁ ପ୍ରଶ୍ନ ଲୋକମାନେ ଗଣମାଧ୍ୟମ ଆଗରେ ବଖାଣି ଥିଲେ।