ପୁରା ଖବର ବିଷୟରେ



ବହୁ ଦିନର ଗୁହାରି ପରେ ଶେଷରେ ପ୍ରଶାସନ ର ନଜର ପଡିଲା ଲାଛିପେଟ ଛକ ଠାରୁ ତଣ୍ଡାବାଇ ପଂଚାୟତ ପଯ୍ୟନ୍ତ ଲମ୍ବିଥିବା ରାସ୍ତା ଉପରେ

Mar 3 2021 6:50PM
ବହୁ ଦିନର ଗୁହାରି ପରେ ଶେଷରେ ପ୍ରଶାସନ ର ନଜର ପଡିଲା ଲାଛିପେଟ ଛକ ଠାରୁ ତଣ୍ଡାବାଇ ପଂଚାୟତ ପଯ୍ୟନ୍ତ ଲମ୍ବିଥିବା ରାସ୍ତା ଉପରେ।ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ଠାରେ ରାସ୍ତା ନିର୍ମାଣ ପାଇଁ କରାଯାଇଛି ଭୂମି ପୂଜା।ପୂଜା ନିମନ୍ତେ ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢ଼ି ଆସି ଭୂମି ପୂଜନ କରିଛନ୍ତି।ତାଙ୍କ ସହ କାଲିମେଳା ଚେୟାରମ୍ୟାନ ମାଲା ମାଡି, ବିଧ୍ୟାକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ପରିଷଦ ସମୀର ମିସ୍ତ୍ରୀ,ସ୍ଥାନୀୟ ବିଜେପି କର୍ମକର୍ତ୍ତା ନିମାଇଁ ଚନ୍ଦ୍ର ପାଲ, ନାରାୟଣ ସରକାର ଅନନ୍ୟ ବୋରିଷ୍ଟ ବ୍ୟକି ବିଶେଷ ଯୋଗ ଦେଇଥିଲେ।ରାସ୍ତା ନିର୍ମାଣ ପରେ ସ୍ଥାନୀୟ ଲୋକେ ଉପକୃତ ହେବେ । ତେବେ ବାରମ୍ବାର ଗୁହାରି ପରେ ଅଭିଯୋଗ ଶୁଣୁନଥିବା ପ୍ରଶାସନ ଏବେ ରାସ୍ତା କାମ କରିବା ପାଇଁ ଆଗେଇ ଆସିଛନ୍ତି।ବିଗତ ଦିନରେ ଏହି ରାସ୍ତି ଶୀତ ଓ ଖରା ଦିନେ ଯେମିତି ସେମିତି କଟି ଯାଉଥିଲା ହେଲେ ବର୍ଷା ଋତୁ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ତଣ୍ଡାବାଇ ର ଗ୍ରାମ ବାସି ମାନେ।ରାସ୍ତା ଟି ଏତେ ମାତ୍ରାରେ ଖରାପ ହୋଇ ଯାଇଥାଏ ଯେ କାଦୁଅ ପଚପଚ ସହ ଆଣ୍ଠୁଏ ପାଣି।ପାଠ ପଢା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଠାରୁ ବଞ୍ଚିତ ହୋଇଯାଏ ଏହି ଗ୍ରାମ। ତେବେ ରାସ୍ତା ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ ହୋଇଥିବାରୁ ଗ୍ରାମ ବାସୀଙ୍କ ମାନେରେ ଏକ ଉତ୍ସାହ ହେଖିବାକୁ ମିଳିଥିଲା। କାଲିମେଳା ରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍