ପୁରା ଖବର ବିଷୟରେ



ଗ୍ରୀନ ରାୟଗଡା ଆନୁକୂଲ୍ୟରେ ସାଇକେଲ ଦିବସ ପାଳନ ସଚେତନତା କାର୍ଯ୍ୟକ୍ରମ

Mar 1 2021 6:26AM
ଗ୍ରୀନ ରାୟଗଡା ଆନୁକୂଲ୍ୟରେ ସାଇକେଲ ଦିବସ ପାଳନ ସଚେତନତା କାର୍ଯ୍ୟକ୍ରମ ଶାରୀରିକ ସୁସ୍ଥତା ସହ ପରିବେଶର ସୁରକ୍ଷା ଏବଂ ତୈଳସମ୍ପଦର ସଞ୍ଚୟ ପାଇଁ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନ ପାଇଁ ସାଇକେଲ ବ୍ୟବହାର କରିବା ସମ୍ପର୍କୀତ ଏକ ବାର୍ତ୍ତା ନେଇ ସହରରେ ଏକ ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗଜପତି ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଇନ୍ଦିରା ନଗର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ସେଂଚୁରିଆନ ପବ୍ଲିକ ସ୍କୁଲ ଠାରେ ଏହା ସମାପ୍ତ ହିଇଥିଲା । ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିବା ସଂସ୍ଥା ଗ୍ରୀନ ରାୟଗଡା ଆନୁକୂଲ୍ୟରେ ଆୟୋଜିତ ଏହି ରାଲିକୁ ମୂଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଏବଂ ସମ୍ମାନୀୟ ଅତିଥି ଭାବେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାଇକେଲ ଚଳାଇବା ଭଳି ଏକ ସହଜ ଓ ସୁନ୍ଦର ବ୍ୟାୟାମକୁ ନିଜ ଜୀବନର ଏକ ଅଂଶ ବିଶେଷ କରିପାରିଲେ ଶରୀର ସୁସ୍ଥ ରହିବା ସହ ପରିବେଶର ସୁରକ୍ଷା ହୋଇପାରିବ ବୋଲି ଶ୍ରୀ ଶର୍ମା ନିଜ ସନ୍ଦେଶରେ କହିଥିଲେ । ରାଲିକୁ ଉଦ୍ଘାଟନ କରିବା ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ କହିଥିଲେ ଯେ ସାଇକଲ ଆମ ପାଇଁ ଏକ ଉପାଦେୟ ବନ୍ଧୁ । ସାଇକେଲ ଚଳାଇବା ଏକ ବ୍ୟାୟାମ ହୋଇଥିଲେ ମଧ୍ୟ ପରୋକ୍ଷରେ ଏହା ପ୍ରଦୂଷଣକୁ କମ କରିବା ସହ ତୈଳ ସଞ୍ଚୟର ଏକ ମାଧ୍ୟମ । ଏହାଦ୍ୱାରା ନିରନ୍ତର କ୍ଷୟ ହୋଇ ଚାଲିଥିବା ପ୍ରାକୃତିକ ତୈଳ ଭଣ୍ଡାରର ଏକ ସନ୍ତୁଳିତ ଉପଯୋଗ ହେବା ସହ ଆର୍ଥିକ ସଞ୍ଚୟ ମଧ୍ୟ ହୋଇପାରିବ । ଏହି ସାଇକେଲ ରାଲିକୁ ଗ୍ରୀନ ରାୟଗଡ଼ର ଆବାହକ ଶ୍ରୀ କେ.କେ. ଜେନା ଏବଂ ଶ୍ରୀ ଯୋଗେଶ୍ୱର ଦାସ ପରିଚାଳନା କରିଥିବା ବେଳେ ସେଂଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ରାଜେଶ ପାଢ଼ୀ, ଭାରତୀୟ ମଜଦୁର ସଂଘ ର କାର୍ଯ୍ୟକର୍ତ୍ତା , ଜି.ସି.ଡି ଏବଂ ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ, ସେଂଚୁରିଆନ କଲେଜର ଛାତ୍ରଛାତ୍ରୀ, ଜେ କେ ପୁର ଏଲ ପି ଏସ ସ୍କୁଲ ର ଛାତ୍ର ଛାତ୍ରୀ , ସ୍ଵାମି ବିବେକାନନ୍ଦ ସେବା ସମିତି ର ସଭ୍ୟମାନେ, ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ଏବଂ ସହରର ବୁଧିଯିବ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।