ପୁରା ଖବର ବିଷୟରେ



ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ;

Mar 1 2021 6:24AM
ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ; ଆଜି ନବରଙ୍ଗପୁର ଜିଲ୍ଲାର ଭୈରବ କଲ୍ୟାଣି ମଣ୍ଡପ ଠାରେ କୁଞ୍ଜବିହାରି ପାଠାଗାର ଅନୁକୂଲ୍ୟରେ ଶ୍ରୀ ସୁବାସ ଚନ୍ଦ୍ର ବିଶୋଇଙ୍କ କବିତାୟନ ପୁସ୍ତକ ଉନ୍ମୋଚିତ ହୋଇ ଯାଇଅଛି । କାର୍ଯ୍ୟକ୍ରମରେ ସଭାପତି ରୂପେ ବିଶିଷ୍ଟ କବି ପ୍ରବନ୍ଧକ ନାରାୟଣ ପଣ୍ଡା , ମୁକ୍ଷ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ସହିତ୍ୟକ ,ସମ୍ମଜ ସେବୀ ,କବିକୁଳ ଚୁଡାମଣି ଜଗନ୍ନାଥ ମହାପାତ୍ର ,ସମ୍ମାନିତ ଅତିଥି ରୂପେ ସଂଗଠକ ସାହିତ୍ୟ ପ୍ରେମୀ ପ୍ରବକ୍ତା ଶ୍ରୀ ଗୋପବନ୍ଧୁ ବିଶୋଇ , ସମ୍ମାନିତ ଅତିଥି ନବରଙ୍ଗପୁର ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ କବି ବଲ୍ଲଭ ରାଉତ , ସମୀକ୍ଷକ ଡାକ୍ତର ; ପ୍ରଦୀପ ମିଶ୍ର ଡାକ୍ତର ; ସାବିତ୍ରୀ ରଣା ହୋଇଥିବାବେଳେ ଶ୍ରୀ ଜଗନ୍ନାଥ ବେଳେରା ସମୀକ୍ଷକ ରୂପେ ମଞ୍ଚ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଥିଲେ ।।ଏହି ଉଚ୍ଚବରେ କୋଟପଡ଼ରୁ ବିଶିଷ୍ଟ ଦେଶିଆ କବିତା ର କବି ରଞ୍ଜନ ମହୁରିଆ,ସବ୍ୟସାଚୀ ବିଶୋଇ,ସ୍ୱପ୍ନା ମହାନ୍ତି,ବାସନ୍ତୀ ଲତା ଜେନା ,ସୁବ୍ରତ ରାଉତ,ରାମ ପାତ୍ର, ପ୍ରଭଞ୍ଜନ ତ୍ରିପାଠୀ,ଜଗଦୀଶ ତ୍ରିପାଠୀ ବିଷ୍ଣୁପ୍ରିୟା କରସୁଧା ପଟନାୟକ ପ୍ରମୁଖ ଯୋଗ ଦେଇ କବିତା ପାଠ କରିଥିଲେ । ରିପୋର୍ଟ କୋରେଶ ଉପାଶି ନୁତନ ଓଡ଼ିଶା ନିଉଜ