ପୁରା ଖବର ବିଷୟରେ



ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ ଟି ପି ସି ବଣିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଛନ୍ତି।

Feb 27 2021 7:50AM
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ ଟି ପି ସି ବଣିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଛନ୍ତି। ରିପୋର୍ଟର-ବିଜୟ କୁମାର ବେହେରା(ଅନୁଗୋଳ) ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ ଟି ପି ସି ଠାରେ ପଡିଛି ଭାରତ ବନ୍ଦର ପ୍ରଭାବ । ସକାଳ ୬ଟା 30 ମିନିଟ ପରେ ସହରରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।ଏନ୍ ଟି ପି ସି ବଣିକ ସଂଘ ପକ୍ଷରୁ ଦୋକାନ ବଜ଼ାର ,ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି।ଏହି ବନ୍ଦ ଡାକରା କୁ ଏନ୍ ଟି ପି ସି ବଣିକ ସଂଘର ସଭାପତି ଶ୍ରୀଯୁକ୍ତ ଶଶାଙ୍କସେଖାର ପାଣି, ଓ ସଂପାଦକ ଲଳିତମୋହନ ପ୍ରଧାନ, ଉପ ସଭାପତି ସୁନିଲ୍ କୁମାର ଅଗ୍ରଓଲ ଭାରତ ବନ୍ଦ ଡାକରା କୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଇଥିଲେ। ଜିଏସଟି ସରଳୀକରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।