ପୁରା ଖବର ବିଷୟରେ



କୁତ୍ରାରେ ଭାରତ ବନ୍ଦର ଆଂସିକ ପ୍ରଭାବ

Feb 26 2021 9:40PM
କୁତ୍ରାରେ ଭାରତ ବନ୍ଦର ଆଂସିକ ପ୍ରଭାବ ଆଜି ଜିଏସ୍ ଟି ସରଳୀକରଣ ,ଇ କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କୁତ୍ରାରେ ତାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ବସ ଚଳାଚଳ ବନ୍ଦ ଥିଲା । କାଁଭାଁ ବିଜୁ ଏକ୍ସପ୍ରେସ ୱେରେ ଗାଡିମଟର ଯିବା ଆସିବା କରୁଥିଲା ।