ପୁରା ଖବର ବିଷୟରେ



ଅଗ୍ନି ତାଣ୍ଡବ ରେ ଅଳ୍ପ ସମୟ ରେ ୩ ବଖରା ଘର ପୋଡି ପାଉଁଶ..

Feb 26 2021 6:50PM
ଅଗ୍ନି ତାଣ୍ଡବ ରେ ଅଳ୍ପ ସମୟ ରେ ୩ ବଖରା ଘର ପୋଡି ପାଉଁଶ.. ସନ୍ଧ୍ୟା ପାଖା ପାଖି ୪ ଟା ରୁ ୪. ୩୦ ସମୟରେ ନନ୍ଦହାଣ୍ଡି ବ୍ଲକ ସାଗରମୁଣ୍ଡାର ଉପର ସାହିରେ ନିଆଁ ଲାଗି ୩ ବଖରା ପୋଡି ପାଉଁଶ ହେଇଯାଇ ଥିବାର ଦେଖିବାକୁ ମିଳିଛି.. ସୂଚନା ଅନୁଜାଇ କେଶବ କୁମ୍ଭାର ପି/ସ୍ୱର୍ଗଗ ଗୋବର୍ଦ୍ଧନ କୁମ୍ଭାର ତିନି ବଖରା ଘର ପୋଡି ୧୫ କୁଇଣ୍ଟାଲ ଧାନ ସମେତ ଲୁଗାପଟା ଓ ପ୍ରାୟ ତିରିଶି ହଜାର ଟଙ୍କା ପୋଡି ପାଉଁଶ ହୋଇ ଯାଇଥିବା କେଶବ କହିଛନ୍ତି । ସୂଚନା ଯୋଗ୍ୟ ଯେ ସେ ଓ ତାଙ୍କ ସ୍ତ୍ରୀ ବାହାରକୁ ଅନ୍ୟ କାମରେ ଯାଇଥିବା ସମୟରେ କୁମ୍ଭାର ସାଳ ରେ ହାଣ୍ଡି ଓ ଦୀପ ପୋଡାଇବାକୁ ଅଗ୍ନି ସଂଯୋଗ କରି କୌଣସି କାମରେ ବାହାରି ଯାଇଥିଲେ ଓ ତାଙ୍କ ଝିଅକୁ ଦେଖିବାକୁ କହି ଥିଲେ । କିନ୍ତୁ ଝିଅ ଛୋଟ ଥିବାରୁ ଖେଳିବାରେ ବ୍ୟସ୍ତ ହୋଇ ରହିଯିବା ଫଳରେ ନିଆଁ ମଶାରୀକୁ ଲାଗି ଚାଳକୁ ସଂଯୋଗ ହୋଇ ଭୟାବହ ଅଗ୍ନି କାଣ୍ଡ ଘଟି ଯାଇଥିଲା । ଏତିକି ବେଳେ କେହି ଜଣେ ଅଜଣା ବ୍ୟକ୍ତି ଜଣେ ଅଗ୍ନିଶମ ବିଭାବକୁ ମୋବାଇଲ ମାଧ୍ୟମରେ ଜଣାଇବାରୁ ତୁରନ୍ତ ଅଗ୍ନିଶମ ବିଭାଗର ଅଧିକାରୀ କାଳିଚରଣ ଶବରଙ୍କ ତ୍ୱବାଧାନରେ ପହଞ୍ଚି ନିଆ ଲିଭାଇ ବାରେ ଲାଗି ଥିଲେ । ଡଙ୍ଗରଭେଜା ସରପଞ୍ଚ କେଶବ କୁମ୍ଭାର ଘରକୁ ଯାଇ ସ୍ୱନ୍ତନା ଦେଇଥିଲେ । ... ରିପୋର୍ଟ ନନ୍ଦାହାଣ୍ଡି ରୁ ମଧୁସୁଧନ ହରିଜନ. ନୂତନ ଓଡିଶା ନିୟୁଜ