ପୁରା ଖବର ବିଷୟରେ



କସକାଙ୍ଗା ମଣ୍ଡେଇ ମେଳାରେ ୩୦ ଗାଁ ରୁ ଉର୍ଦ୍ଧ ଦେବଦେବୀ ଏକାଠି ହୋଇ ପୁଜାପାଇ ଥାନ୍ତି .....

Feb 25 2021 10:34PM
କସକାଙ୍ଗା ମଣ୍ଡେଇ ମେଳାରେ ୩୦ ଗାଁ ରୁ ଉର୍ଦ୍ଧ ଦେବଦେବୀ ଏକାଠି ହୋଇ ପୁଜାପାଇ ଥାନ୍ତି ..... ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତି ରାଇଘର ବ୍ଲକ ର ଅନ୍ତର୍ଗତ କସକାଙ୍ଗା ଗାଁ ଠାରେ ନିରାଡମ୍ବର ଭାବରେ ପ୍ରତିବର୍ଷ ଭଳି ଏ ବର୍ଷ ବହୁ ପ୍ରତୀକ୍ଷିତ ମଣ୍ଡେଇ ପାଳିତ ହଇଯାଇଛି. ମଣ୍ଡେଇ ପଡିଆରେ ଏକାଠି ହେଲେ ଶତାଧିକ ଦେବାଦେବୀ। ସ୍ଥାନୀୟ ସରପଞ୍ଚ ରାଜମନ ଗଣ୍ଡଙ୍କ ସୂଚନା ଅନୁଯାୟୀ କାହିଁ କେଉଁ ଅମଳରୁ ଏହି ମଣ୍ଡେଇ ଯାତ୍ରା ରେ ଦେବାଦେବୀ ସେମାନଙ୍କର ପାରମ୍ପରିକ ବାଦ୍ୟର ତାଳେ ତାଳେ ସୁସଜ୍ଜିତ ବିମାନରେ ଆସି ମଣ୍ଡେଇ ପଡ଼ିଆରେ ପହଞ୍ଚି ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥାନ୍ତି l ପରେ ପରେ ଆରାଧ୍ୟ ଦେବୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପୂଜାରୀ ସୁକୁଡୁ ଗଣ୍ଡ ନୈବେଦ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରି l ଆସିଥିବା ଶିରା ,ଦିଶାରି ମାନେ ସେମାନଙ୍କ ଦେବତା ଲାଠି ଆଦିକୁ ପୂଜାର୍ଚ୍ଚନା କରି। ପରେ ଦେବା ଦେବୀଙ୍କ ପ୍ରତୀକ ଲାଠି, ବିମାନ ଆଦି କୁ ଶୋଭା ଯାତ୍ରା କରି ଗ୍ରାମ ପରିକ୍ରମା କରାଯାଏ ଏହି ପରିପ୍ରେକ୍ଷୀରେ ଆୟୋଜକ କମିଟି ପକ୍ଷରୁ ହୋଇଥିବା ମଣ୍ଡେଇରେ ଭିଡକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥାଏ l ଓ ମଣ୍ଡେଇ ଯାତ୍ରାରେ ଗ୍ରାମର ପୂଜକ,ଶିଆନ ସଜ୍ଜନଙ୍କ ସହ କମିଟି ସଭାପତି ଗୋପି ଗଣ୍ଡ,ନରେଶ ଗଣ୍ଡ,ଗଣ୍ଡୋ ଗଣ୍ଡ, ସୋନୁ ଗଣ୍ଡ, ସୁକଦେଵ ଗଣ୍ଡ, ସୁଦର୍ଶନ ଗଣ୍ଡ, ପ୍ରମୁଖ ଦାଇତ୍ବ ନେଇ ଥାନ୍ତି.. l ରାଇଘର ରୁ ଦୀନେଶ ଗାଣ୍ଡାଙ୍କ ରିପୋର୍ଟ ନୂତନ ଓଡିଶା ନ୍ୟୁଜ୍