ପୁରା ଖବର ବିଷୟରେ



ପୋଷ୍ଟ ଅଫିସରୁ ଟଙ୍କା ଗାଏବ

Feb 25 2021 10:25PM
ପୋଷ୍ଟ ଅଫିସରୁ ଟଙ୍କା ଗାଏବ ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ। ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକଘର କର୍ମଚାରୀ। ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ... ମାଲକାନଗିରି ଜିଲ୍ଲା କାଲିମେଳା ଭେଜାଙ୍ଗିୱାଡା ଡାକଘର ରେ ନିଜ କଷ୍ଟ ଅର୍ଜିତ ଜମା ରାଶି କୁ ଜମା କରିଥିଲେ ହେଲେ ଆଜି ଏମାନ ଙ୍କ ପାଦ ତଳୁ ମାଟି ଖସି ହେଇ ପଡୁଚି। ଯେଉଁଥିରେ ଜମା କରୁଥିଲେ ଟଙ୍କା । ପରେ ଜାଣିଲା ବେଳକୁ ଖାତା ନକଲି, ଟଙ୍କା ଗାଏବ୍। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗିୱାଡା ଡାକ ଘର। ପୂର୍ବରୁ ଲୋକ ଙ୍କୁ ବ୍ୟାଙ୍କ ଠକି ବାର ଖବର୍ପ ନଜିର ଆସିଛି ହେଲେ ଏହା ପ୍ରଥମ ଯେଉଁଠି ପୋଷ୍ଟ ଅଫିସରୁ ଟଙ୍କା ଗାଏବ । ହଜାରେ କି ଦୁଇ ହଜାରେ ନୁହେଁ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକଘର କର୍ମଚାରୀ । ପ୍ରାୟ ୨ ହଜାର ଜମାକାରୀଙ୍କ ଆକାଉଂଟରୁ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ପ୍ରାୟ ୨ ହଜାର ଜମାକାରୀ ନିଜ ଆକାଉଣ୍ଟରେ ଟଙ୍କା ନେଇ ରଖୁଥିଲେ । ଯେତେବେଳେ କାଲିମେଳାକୁ ଯାଇ ନିଜ ଜମା ରାଶି ବିଷୟରେ ଜାଣିବାକୁ ଚାହିଁଥିଲେ ସେଠୁ ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା । ଯେଉଁଥିରେ ଜମା କରୁଥିଲେ ଟଙ୍କା । ପରେ ଜାଣିଲା ବେଳକୁ ଖାତା ନକଲି, ଟଙ୍କା ଗାଏବ୍ ।ପ୍ର୍ୟତେକ ଟି ଖାତାରେ ୫୦ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ଜମାକାରୀ । ହେଲେ ମୁଖ୍ୟ ଡାକ ଘର ଯାଇକି ବୁଝିଲା ବେଳକୁ ଖାତାରେ କିଛି ଟଙ୍କା ନାହିଁ ବୋଲି କହୁଛନ୍ତି ଅଧିକାରୀ । ବାଲାନ୍ସ ଜିରୋ , ଖାତା ନକଲି । ସେପଟେ ଆଜି ଘଟଣା ଉପରେ ବୁଝିବାକୁ ଆଜି ହ୍ୟୁମାନ୍ ରାଇଟ୍ସ ର ଅଧକ୍ଷ ଉତ୍ତମ ମଲ୍ଲିକ ଆସି ଲୋକ ଙ୍କ ସହ ଆଲୋଚନା କରିବା ସହ ଉକ୍ତ ପ୍ରସଙ୍ଗ କୁ ନେଇ ସେ ସମସ୍ୟା ର ସମାଧାନ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜମାକାରୀ ଏବେ ଚିନ୍ତା ରେ କିଭଲି ଏତେ ବଡ଼ ଠକାମି ର ଜାଲ ରେ ଫାଶି ଗଲେ ଜମାକାରୀ। ଜମାକାରୀମାନେ ଏବେ ଅପେକ୍ଷା କରିଛନ୍ତି ଉଚ୍ଚ ସ୍ତରୀୟ ତଦନ୍ତ କୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍