ପୁରା ଖବର ବିଷୟରେ



ବହାଘରରୁ ଫେରୁଥିବା ସମୟରେ ନିଜର ମଟର ସାଇକେଲ ର ଭାର ସାମ୍ୟ ହରାଇ ଗଛରେ ପିଟି ହୋଇ ବାଇକ ଚାଳକ ମୃତ

Feb 25 2021 10:20PM
ବହାଘରରୁ ଫେରୁଥିବା ସମୟରେ ନିଜର ମଟର ସାଇକେଲ ର ଭାର ସାମ୍ୟ ହରାଇ ଗଛରେ ପିଟି ହୋଇ ବାଇକ ଚାଳକ ମୃତ ସୁନ୍ଦରଗଡ଼ ଜିଲ୍ଲା ଧାରୁଆ ଡ଼ିହି ଅନ୍ତର୍ଗତ ଖୁଣ୍ଟଦରହ ଗ୍ରାମର ତିନିଜଣ ଯୁବକ ସୁରାଜ ହାସଦା,ସଜିତହାସଦା, ଏବଂ ରୋହିତ ଟାପ୍ନ ,ସାଙ୍ଗ ହୋଇ ତାଳଦଡ଼ିହି ଗ୍ରାମକୁ ଏକ ବାହା ଘରକୁ ଯାଇଥିଲେ । ବାହାଘର କାର୍ଯ୍ୟକ୍ରମ ଶେଷ ହେବା ପରେ ତାରିଖ ୨୫/୦୨/୨୧ ରାତ୍ର ୧ ଟା ସମୟରେ ନିଜ ଗ୍ରାମକୁ ଗାଡି ନମ୍ବର ଓଡି ଷୋହଳ ଏଚ 0598 ନିଜ ମଟର ସାଇକେଲରେ ତିନିଜଣ ଯୁବକ ଫେରୁଥିବା ସମୟରେ ଲମତି ଗ୍ରାମର ଗାଁ ମୁଣ୍ଡରେ ରାସ୍ତା କଡରେ ନିଜ ବାଇକ ର ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ର ଶିକାର ହୋଇଥିଲେ । ଏବଂ ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇ ଥିଲେ । ପରେ ପଛରେଆସୁଥିବା ଥିବା ଅନ୍ୟ ଏକ ବାଇକ ରେ ଥିବା ବନ୍ଧୁ ଜଣକ ଏପରି ଅବସ୍ଥା ଦେଖି ତୁରନ୍ତ ଟୋଲ ଫ୍ରି ନମ୍ବର 108 କୁ କଲ କରି ତିନିଜଣ ଦୁର୍ଘଟଣାଗ୍ରସ୍ତ କାରୀଙ୍କୁ ବଡ଼ଗାଁ ଡାକ୍ତର ଖାନାକୁ ପହଞ୍ଚାଇଥିଲେ ।ସେଠାରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅତି ଗୁରୁତ୍ୱର ଥିବାରୁଦେଖି ଡାକ୍ତର ଜିଲ୍ଲା ବଡ ସରକାରୀ ଡାକ୍ତର ଖାନା ସୁନ୍ଦରଗଡ଼ କୁ ସ୍ଥାନାନ୍ତରିତ କରିଥିଲେ । ବଡ ସରକାରୀ ମେଡିକାଲ ରେ ପହଂଚିବା ପରେ ଡାକ୍ତର ତିନିଜଣଙ୍କ ମଧ୍ୟରୁ ସୁରାଜ ହାସଦା ନାମକ ଯୁବକ ଯିଏ କି ମଟର ସାଇକେଲ ନିଜେ ଚଳାଉ ଥିଲେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।