ପୁରା ଖବର ବିଷୟରେ



ଧାମନଗର ଏନ୍ ଏ ସି ତରଫରୁ ଜୋରିମାନା ଆଦେଶ ଘୋଷଣା---

Feb 25 2021 12:55PM
ଧାମନଗର ଏନ୍ ଏ ସି ତରଫରୁ ଜୋରିମାନା ଆଦେଶ ଘୋଷଣା--- ଆଜି ପୂର୍ବାହ୍ନ ସମୟରେ ଭଦ୍ରକ ଜିଲ୍ଲା ଧାମନଗର ଏନ୍ ଏ ସି କାର୍ଯ୍ୟାଳୟ ତରଫରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ମହାମାରୀର ଭୟାବହତା କୁ ଆଖି ଆଗରେ ରଖି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସତର୍କ କରିଦିଆଯାଇଛି। ଯେଉଁ ମାନେ ମାସ୍କ ପିନ୍ଧି ନଥିବେ, ସର୍ବସାଧାରଣ ସ୍ଥାନରେ ପାନ ଛେପ ପକାଉଥିବେ ଓ ସାମାଜିକ ଦୂରତା ରକ୍ଷା କରୁନଥିବେ, ସେମାନଙ୍କୁ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଆଇନ ଅନୁଯାୟୀ ଦଣ୍ଡିତ କରାଇବା ସଙ୍ଗେ ସଙ୍ଗେ ଜୋରିମାନା ଦେବାକୁ ପଡିବ ବୋଲି ଦର୍ଶାଇ ଦିଆଯାଇଛି। ତେଣୁ ଧାମନଗର ଏନ୍.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଯତିନ୍ଦ୍ର କୁମାର ମିଶ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ମହାମାରୀର ଭୟାବହତା କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ ଏବଂ ସତର୍କ କରାଇଥିବାରୁ , ଧାମନଗର ଏନ୍.ଏ.ସି ଅଞ୍ଚଳରେ ସାଧାରଣ ଲୋକେ ଶ୍ରୀ ଯୁକ୍ତ ମିଶ୍ରଙ୍କୁ ସାଧୁବାଦ ଜଣାଇଥିବାର ଦୃଷ୍ଟାନ୍ତ ବିଶେଷ ଶୁତ୍ରରୁ ଜଣାପଡ଼ିଛି।