ପୁରା ଖବର ବିଷୟରେ



କାଲି ଥିଲା ନିର୍ବାଚନ ପରୀକ୍ଷା,ଆଜି ଗଣତି।

Feb 25 2021 10:43AM
କାଲି ଥିଲା ନିର୍ବାଚନ ପରୀକ୍ଷା,ଆଜି ଗଣତି। ଗତ କାଲି ସୁରୁଖୁରୁରେ ହୋଇଥିଲା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖ ଯୋନ ନିର୍ବାଚନ। ସମସ୍ତ କୋଭିଡ ନିୟମ ମାନି ଲୋକେ ଭୋଟ ଦେବା ପାଇଁ ଆସିଥିଲେ । କେଉଁ ପାର୍ଥିଙ୍କ ଭାଗ୍ୟ ଖୋଲିବ ସେଥି ପାଈଁ ସମସ୍ତେ ଆସାରଖି ଭୋଟ ଗଣତିର ଅପେକ୍ଷାରେ ଅଛନ୍ତି।ପାର୍ଥିଙ୍କ ମଧ୍ୟରେ ହେଲେ ବିଦ୍ୟାଧର ଶବର ,ବାବୁଲା ମାଝୀ, ମାନୁଏଲ ମାଝୀ ଓ କରୁଣାକର ଶବର କାହାର ମୁଣ୍ଡରେ ମୁକୁଟ ପିନ୍ଧା ହବ ଗଣତି ପରେ ହିଁ ଜଣା ପଡିବ । ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ଦୟାମୟ ପାଢ଼ୀ ସୂଚନା ଦେଇଥିଲେ। ଗୁଣୁପୁର ଉପଜିଲ୍ଲାପାଳ ଯେ ସୋନାଲ ପଦ୍ମପୁର ବ୍ଳକ କାର୍ଯ୍ୟଳୟ ପରିଦର୍ଶନ କରି ଆସିଥିଲେ।