ପୁରା ଖବର ବିଷୟରେ



ହାଣ୍ଡି ବାଲ୍ଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଧାରଣା।

Feb 23 2021 12:43PM
ହାଣ୍ଡି ବାଲ୍ଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଧାରଣା। ବର୍ତ୍ତମାନ ଯୁଗ ହେଉଛି ଆଧୁନିକ ର ଯୁଗ । ଆମେ ସମସ୍ତେ ୪ଜି ୫ଜି ମୋବାଇଲ ଫୋନ ଧରିଲିଣୁ ଯେଉଁଠି ବସିଲୁ ସେଠି ନେଟୱର୍କ ପାଇଲୁ କିନ୍ତୁ ପିଇବା ପାଇଁ ପାଣି ଟୋପାଏ ପାଇ ପାରୁନୁ ବୋଲି ରାୟଗଡା ଜିଲ୍ଲା ଗୁଣୁପୁର ୧୬ ନମ୍ବର ୱାର୍ଡର ବାସିନ୍ଦା ମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପାଣି ପାଇଁ ଦୀର୍ଘ ଦିନର ସମସ୍ୟାର ସମାଧାନ ନ ହେବାରୁ ଆଜି ଗୁଣୁପୁର କାରବାଙ୍କ କଲୋନୀର ଶତାଧିକ ମହିଳା ବସ୍ତି ବାସିନ୍ଦା ହାଣ୍ଡି, ବାଲଟି, ତସଲା ଧରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇ ମାନ୍ୟବର ଉପଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରିଥିଲେ l ରାଜ୍ୟସରକାରଙ୍କ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିକ୍ରମପୁର ଠାରେ ଏକ ପାନୀୟ ଜଳଯୋଗାଣ ପ୍ରୋକଳ୍ପ ଉଦଘାଟିତ ହୋଇଥିଲା l ଆଶା ଥିଲା ପିଇବାପାଣି ମୁନ୍ଦେ ମିଳିବ. କିନ୍ତୁ ଏହି ଆଶା ଆଶାରେ ହିଁ ରହିଗଲା l ମଟର ଖୋଳାଯାଇ ଥିବା ଅଂଚଳଟି ବସ୍ତି ଅଞ୍ଚଳଠୁ ଅପେକ୍ଷାକୃତ ନିମ୍ନରେ ଥିବାହେତୁ ଜଳପ୍ରବାହିତ ହେବାରେ ବାଧା ଉପୁଜିଲା l ଯଦ୍ୱାରା ବସ୍ତି ବାସିନ୍ଦା ପାଣି ପାଇପାରିଲେ ନାହିଁ l ସମାଧାନ ସ୍ୱରୂପ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କରାବାଙ୍କ କଲୋନି ଠାରେପାଣି ମଟର ଖୋଳା ଗୋଲ କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ l ବର୍ତମାନ ଏହି ଘଡିସନ୍ଦୀ ମୁହୂର୍ତରେ ଏକ କିମି ଦୂରରେ ଥିବା ବଂଶଧାରା ନଦୀହିଁ ଅଂଚଳ ବାସୀଙ୍କର ତ୍ରାଣକର୍ତ୍ତା । ବସ୍ତି ବାସିନ୍ଦା ଯଥା ଶୀଘ୍ର ଏ କାର୍ଯ୍ୟ ସଫଳ ନହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାଇ ଦେଇଛନ୍ତି l ପ୍ରଶାସନ ମଧ୍ୟ ପାଣିଭଳି ମୌଳିକ ସମସ୍ୟାର ଶୀଘ୍ର ସମାଧାନ କରିବ ବୋଲି ଉପଜିଲ୍ଲାପାଳ ଜେ ସୋନାଲ କହିଛନ୍ତି ।ଏହି ବିଷୟରେ ଆମେ ଯାଇ PHD କାର୍ଯ୍ୟଳୟର ଭାରପ୍ରାପ୍ତ ଅଧିକାରୀ ଅଗ୍ରୱାଲଙ୍କ ସହ ସାକ୍ଷାତ କରିଥିଲୁ ଆସନ୍ତୁ ଶୁଣିବା ଉଠା ଜଳ ବିଭାଗର ମୁଖ୍ୟ କୋଣ କହୁଛନ୍ତି।