ପୁରା ଖବର ବିଷୟରେ



କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୂର ସଂଘ ର 16ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

Feb 21 2021 8:10PM
କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୂର ସଂଘ ର 16ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘ ର 16ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଯାଇଅଛି। ଏ ହିଁ ଅଧିବେଶନ ରେ bms ପୂର୍ବତନ ରଜ୍ୟ କାର୍ଯ୍ୟ କାରୀ ସଭାପତି ଦେବେନ୍ଦ୍ର ପାଟଯୋଶୀ,ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୂର ସଂଘ ପ୍ରଭରି ବିରଞ୍ଚି ପଣ୍ଡା , ଭାରତୀୟ ମଜଦୁର ସଂଘ ଓଡ଼ିଶା ପ୍ରଦେଶ ସମ୍ପାଦକ ଯୋଗେଶ୍ୱର ଦାସ , ବଲାଙ୍ଗୀର ଜୋନ ସମ୍ପାଦକ ଅରୁଣ ସାହୁ,କଳାହାଣ୍ଡି ଜିଲ୍ଲା ମଜଦୂର ସଂଘ ସଭାପତି ବିଶ୍ବରଂଜନ ସା ,ସମ୍ପାଦକ ସୁରେନ୍ଦ୍ର ମୋହନ କର , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଖଣ୍ଡ ପ୍ରଚାରକ ଦିନେଶ ଅଗ୍ରୱାଲ , ରାଜ୍ୟ ସରକାରୀ କର୍ମଚାରୀ ରାଜ୍ୟ ସମ୍ପାଦକ ଜୟନ୍ତ ମୁଣ୍ଡ, ଅଙ୍ଗନୱାଡ଼ି ୱର୍କାର ଆସୋସିଏସନ ସଭାନେତ୍ରୀ ଝୁନୁପମା ଶତପଥୀ,ସମାଜସେବୀ ଶ୍ୟାମ ପ୍ରସାଦ ଅଗ୍ରୱାଲ, ଆଇନଜୀବୀ ରଞ୍ଜନ ପଣ୍ଡା ପ୍ରମୁଖ ମଞ୍ଚାଷିନ ଥିଲେ। ଉକ୍ତ ସଭାରେ ହେମାଳ ଶ୍ରମିକ,ନିର୍ମାଣ ଶ୍ରମିକ , ଅଙ୍ଗାନୱାଡି କର୍ମୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ,ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ମଞ୍ଚାସିନ ଅଥିତି ମାନେ ମତ ବ୍ୟକ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୂର ସଂଘ ର ନୁତନ ସଭାପତି ଭାବରେ ବିଶ୍ବରଂଜନ ଶା , ସମ୍ପାଦକ ସୁରେନ୍ଦ୍ର ମୋହନ କର, କୋଷାଧ୍ୟକ୍ଷ ଭାବରେ ପ୍ରମୋଦ କୁମାର ବରୁଆ ଙ୍କୁ ମନୋନୀତ କରାଯାଇଥିଲା। ରିପୋର୍ଟ କଳାହାଣ୍ଡି ରୁ ରଜନୀକାନ୍ତ ଛତ୍ରିଆ