ପୁରା ଖବର ବିଷୟରେ



ଝାଟି କୁଡ଼ିଆରେ ବିତୁଛି ଦିନ ସରକାରୀ ସୁବିଧା ସାତ ସପନ

Feb 21 2021 4:14PM
ଝାଟି କୁଡ଼ିଆରେ ବିତୁଛି ଦିନ ସରକାରୀ ସୁବିଧା ସାତ ସପନ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସରୁଗୁଡା ଗାଁ ରେ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦ୍ରପତି ବିଷୋୟୀ (65) ଗତ ବର୍ଷା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି l ଏବେ ରହିବାକୁ ରହିବାକୁ ଘର ନାହିଁ l ନିଜେ ଝାଟି ଆଣି ଘର ତିଆରି କରୁ ଥିବାର କହିଛନ୍ତି ଦ୍ରପତି l ଗୋଟିଏ ପୁଅ ସହିତ,,ବାର ଦ୍ଵାର ଶୁଣ୍ଡି ପିଣ୍ଡା,,ଭଳି ଅନ୍ୟ ର ଘରେ ଆଶ୍ରୟ ନେଇ ରହୁଛି l ବାରମ୍ବାର ସରପଞ୍ଚ ୱାର୍ଡ ମେମ୍ବର ମାନଙ୍କୁ କହିଲା ପରେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛି l ସରକାର ସମସ୍ତ ଗରିବ ପରିବାରକୁ ଘର ଦିଆ ଯାଉଛି ବୋଲି ବହାସ୍ପଟ ମାରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଛନ୍ତି l ସରକାର ଦ୍ରପତି ବିଷୋୟୀ କୁ କେବେ ଘର ଟିଏ ଯୋଗାଇ ଦେଉଛନ୍ତି ତାହା ଦେଖିବାର ବାକି ରହିଲା ll