ପୁରା ଖବର ବିଷୟରେ



ରକ୍ତ ଦାନ ପାଇଁ ଆଗେଇ ଆସିଲେ ଉପାନ୍ତ ଅଞ୍ଚଳ ଯୁବଗୋଷ୍ଠୀ , ସମ୍ବାଦ ଆମ ଓଡିଶା ରକ୍ତ ଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ

Feb 20 2021 8:40PM
ରକ୍ତ ଦାନ ପାଇଁ ଆଗେଇ ଆସିଲେ ଉପାନ୍ତ ଅଞ୍ଚଳ ଯୁବଗୋଷ୍ଠୀ , ସମ୍ବାଦ ଆମ ଓଡିଶା ରକ୍ତ ଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ ଟିମନା ୟୁଥ୍ କ୍ଲବ ଆନୁକୂଲ୍ୟରେ ସମ୍ବାଦ ଆମ ଓଡିଶା ଓ ଜୁନିୟର ରେଡକ୍ରସର ମିଳିତ ଉଦ୍ୟମରେ ଟିମନା ୟୁଥ୍ କ୍ଲବ ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇ ଏଥିରେ ୩୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଏହି ଶିବିର କୁ ଜୁନିୟର ରେଡକ୍ରସ ରାଜ୍ୟ ସାଧନକର୍ମୀ ତଥା ରକ୍ତ ପରାମର୍ଶ ଦାତା ବିଭୀଷଣ ବାରିକ, ସୁନ୍ଦରଗଡ଼ ରକ୍ତ ଭଣ୍ଡାରର ପରାମର୍ଶ ଦାତ୍ରୀ ରତ୍ନପ୍ରଭା ନାୟକ ଶୁଭ ଉଦଘାଟିତ କରିଥିଲେ । ଏଥିରେ ଟିମନା ୟୁଥ୍ କ୍ଲବର ସୁବାସ ନାୟକ ,ଅନନ୍ତ ନାଏକ,ମଧୁସୂଦନ ପ୍ରଧାନ,ନାରାୟଣ ବିଶ୍ବାଳ,ସଞ୍ଜୟ ଲାକଡା,ଚିମଟୁ ଲାକଡା,ଜିତେନ୍ଦ୍ର ବାଡା,ମହେନ୍ଦ୍ର ଲାକଡା,ପଙ୍କଜ ପ୍ରଧାନ,ଗୁରୁଦେବ ଲାକଡା,ଆଲୋକ ପ୍ରଧାନ,କାହ୍ନା ବନଛୁର,କାନ୍ତ ଭୁକ୍ତା,ଗୁରୁଚରଣ ନାଏକ,କନ୍ଦର୍ପ ଗନ୍ଧା,ସୁରେନ୍ଦ୍ର ବିଶ୍ବାଳ, ପିଙ୍କୁ ସାହୁ, ଜତିନ କୁମାର ଧର,ନିରମନ୍ତ ପ୍ରଧାନ,ସୁନୀଲ ଦଳେଇ,ପଦ୍ମିନୀ ପ୍ରଧାନ,ସୁଶୀଲ ବିଶ୍ବାଳ,ସୁବର୍ଣ୍ଣ ବାଡା ପ୍ରମୁଖ ରକ୍ତ ଦାନ କରିଥିବା ଟିମନା ୟୁଥ୍ କ୍ଲବ ସଭାପତି ସୁମନ୍ତ ଖମାରୀ, ସଂପାଦକ ସଂଜୟ ଗନ୍ଧା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ସୁନ୍ଦରଗଡ଼ ରକ୍ତ ଭଣ୍ଡାରର ବୈଷୟିକ କର୍ମଚାରୀ ଜ୍ୟୋଷ୍ନାରାଣୀ ଦେହୁରିଆ,ସୁରଜ ସାହୁ,ଦୁଷ୍ମନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଶିବିରକୁ ସମ୍ବାଦ ଆମ ଓଡିଶା ପ୍ରତିନିଧି ରାଜେଶ ସାହୁଙ୍କ ପ୍ରତେକ୍ଷ ତତ୍ବାବଧାନରେ ଏହି ଶିବିରଟି ପରିଚାଳିତ ହୋଇଥିଲା । ପ୍ରଥମ କରି ଗ୍ରାମାଞ୍ଚଳର ଯୁବକ ମାନେ ଏଥିରେ ବହୁ ସଂଖ୍ୟାରେ ରକ୍ତ ଦାନ ପାଇଁ ଆଗେଇ ଆସି ରକ୍ତ ଦାନ କରିବା ଆଗାମୀ ପିଢି ପାଇଁ ଏକ ଭଲ ଖବର ଅଟେ । ସମ୍ବାଦ ଆମ ଓଡିଶା ଓ ଜୁନିୟର ରେଡକ୍ରସର ପ୍ରଚେଷ୍ଟା ଯୋଗୁଁ ଏହା ବର୍ତ୍ତମାନ ଗ୍ରାମାଞ୍ଚଳକୁ ପ୍ରସାରିତ ହେଉଥିବାରୁ ଏହାକୁ ବୁଦ୍ଧିଜୀବୀ ପ୍ରସଂଶା କରିଥିଲେ। କୁତ୍ରାରୁ ସୌଭାଗ୍ଯ ସାହୁଙ୍କ ରିପୋର୍ଟ ନୂତନ ଓଡିଶା ନିଉଜ