ପୁରା ଖବର ବିଷୟରେ



ବିନା କାରଣ ରେ ଯୁବକକୁ ମାତାଲ ଅବସ୍ଥାରେ ଫାଣ୍ଡି ଅଧିକାରୀ ମାଡ ମାରିବା ଅଭିଯୋଗ।

Feb 20 2021 8:37PM
-ବିନା କାରଣ ରେ ଯୁବକକୁ ମାତାଲ ଅବସ୍ଥାରେ ଫାଣ୍ଡି ଅଧିକାରୀ ମାଡ ମାରିବା ଅଭିଯୋଗ। ରିପୋର୍ଟ- କରେଶ ଉପାଶି,ନୂତନ ଓଡ଼ିଶା ନିଉଜ ନବରଙ୍ଗପୁର ବିନା କାରଣ ରେ ଯୁବକକୁ ମାତାଲ ଅବସ୍ଥାରେ ଫାଣ୍ଡି ଅଧିକାରୀ ମାଡ ମାରିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଡଙ୍ଗରଭେଜା ପଂଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମରେ। ଅଭିଯୋଗକାରୀ ଯୁବକ ରତ୍ନାକର ବିଶୋଇ ଅଭିଯୋଗ ପ୍ରକାରେ କାଲି ରାତି ୮ ଘଣ୍ଟା ୩୦ ମିନିଟ ସମୟର ନିଜ ଦୋକାନ ବନ୍ଦ କରି ତାଙ୍କ ଦୋକାନ ବାହାରକୁ ବାହାରି ଠିଆ ହୋଇଥିଲେ। ସେହି ସମୟରେ ନିଶାସକ୍ତ ଅବସ୍ଥାରେ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଶ୍ୟାମ ସୁନ୍ଦର ପ୍ରଧାନ ହଠାତ ଆସି ତାଙ୍କ ହାତ ଧରି ଲାଠି ଦ୍ୱାରା ମାଡ଼ ମାରି ଚାଲିଲେ । ବାଧ୍ୟ ହୋଇ ରତ୍ନାକର ପାଟି କରି ଲୋକଙ୍କୁ ଡାକିବାରୁ ମାଡ ମାରିବା ବନ୍ଦ କରିଥିଲେ ଫାଣ୍ଡି ଅଧିକାରୀ । ଏହି ଅଭିଯୋଗ ନେଇ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗ ପୁରା ଭିତିହୀନ ଏବଂ ସେ ପ୍ରତିଦିନ ରାତିରେ ନିୟମିତ ଭାବେ ଖୁଣ୍ଟିଆ ଛୋକ ଠାରୁ ଡଙ୍ଗରଭେଜା ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କରନ୍ତି ଏବଂ ଗତ ରାତି ବି ପେଟ୍ରୋଲିଂ କରୁଥିବା ବେଳେ ଏହି ଅଭିଯୋଗକାରୀ ଯୁବକ କୁ ଅନ୍ଧାରିଆ ରାତିରେ ନିଛାଟିଆ ସ୍ଥାନରେ କାହିଁକି ବୁଲୁଛ ବୋଲି ତାଗିଦ କରିଥିଲେ କିନ୍ତୁ କାହାକୁ ବି ମାଡ ମାରିନଥିବା କହିଛନ୍ତି ଫାଣ୍ଡି ଅଧିକାରୀ । ଏବଂ ଆଜି ଦିନ ତମାମ ଗତ ରାତିର ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି।ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏହି ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।