Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
Nov 20 2024 7:36PM
(ସୁପ୍ରିୟା ଷଡଙ୍ଗିଙ୍କରିପୋର୍ଟ) ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ରାୟଗଡ଼ ଜିଲ୍ଲାରେ ଆଜି ସ୍ଥାନୀୟ ବିଜୁ ପଟନାୟକ ଅଡିଟରିୟମ ରେ ଉତ୍ସାହ ସହକାରେ ପାଳନ କରାଯାଇଛି । ଉକ୍ତ କାର୍ଯକ୍ରମରେ ସର୍ବଶ୍ରୀ ହେମନ୍ତକୁମାର ନାୟକ, ସଭାପତି କୋରାପୁଟ ଜିଲ୍ଲା ସମବାୟ ସଂଘ, କୋରାପୁଟ ସଭାପତିତ୍ଵ କରିଥିବା ବେଳେ ଏହି କାର୍ଯକ୍ରମରେ ଶିବ ପଟନାୟକ , କାଳୀରମ ମାଝୀ , ବସନ୍ତ କୁମାର ଉଲ୍ଲକା , ବନଗଡି ତିରୁପତି ,ଜଗନ୍ନାଥ ନୂଣ୍ଡରୁକା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ଶ୍ରଫ୍ଫ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସାଇ ମାଧବ ସମ୍ମାନିତ ବକ୍ତା ଭାବର ଯୋଗ ଦେଇଥିଲେ । “ ସମବାୟ ସମସ୍ତଙ୍କ ଉତ୍ତମ ଭବିଷ୍ୟତ ଗଠନ କରେ “ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ସମସ୍ତ ଅତିଥି ଓ ବକ୍ତା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରେଷ୍ଠ ଲ୍ୟାମ୍ପସ ଭାବରେ ରମାନଗୁଡା ଲ୍ୟାମ୍ପସ , ଶ୍ରେଷ୍ଠ ମତ୍ସ୍ୟ ସମବାୟ ସମିତି ଭାବରେ ମା ମଙ୍ଗଳା ମତ୍ସ୍ୟ ସମବାୟ ସମିତି, କେଂଦୁଗୁଡା , ଶ୍ରେଷ୍ଠ RCMS ଭାବରେ ରାୟଗଡା RCMS ଓ ନାଗାବଳୀ କୃଷି ସମବାୟ ସମିତି , ଯେ କେ ପୁର ଙ୍କୁ ଶ୍ରେଷ୍ଠ ଆଗ୍ରୋ ଫୋରେଷ୍ଟ ସମବାୟ ସମିତି ଭାବରେ ପୁରସ୍କୃତ କରାଯାଇଥିଲା । ଶ୍ରୀ ସୀତାପତି କରୁଣାକର ମାଝୀ ଉପ ନିବନ୍ଧକ ସମବାୟ ସମିତି ସମୂହ ରାୟଗଡା ଙ୍କ ଆବାହକ ହୋଇଥିବାବେଳେ ଶ୍ରୀ ଭବାନୀ ଶଙ୍କର ଦାସ ଓ ଶିବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମବାୟ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ