ପୁରା ଖବର ବିଷୟରେ



ନିଆରା ରୂପରେ ରେ କଲ୍ୟାଣ ସିଂହପୁର ଡ଼ମ ସମାଜ ଦିଆଲ ପରବ ଭେଟଘାଟ ସମ୍ବିଳନୀ |

Nov 19 2024 3:07PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସ୍ତରୀୟ ଡମ ସମାଜ ଦ୍ୱାରା ୨୦୨୪ ଦିଆଲ ପରବ ଭେଟଘାଟ ଉତ୍ସବ ପ୍ରଥମ ଥର ପାଇଁ ବହୁ ଆଡମ୍ବର ଓ ଉତ୍ସାହ ପୂର୍ବକ ରୂପେ ପାଳନ କରାଯାଇଛି l ଏହି ଉତ୍ସବ ଟି କଲ୍ୟାଣ ସିଂହପୁର ଡ଼ମ ସମାଜ ସଭାପତି ଧିମାନ ଜାଗାମ ବେନିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଡମ ମାନଙ୍କ ଦ୍ୱାରା ନାଚ, ଗୀତ ମାଧ୍ୟମରେ ପାରମ୍ପରିକ କଳା ସାଂସ୍କୃତିକ ପରିବେଷଣ କରାଯାଇ ସଂସ୍କୃତିର ଗୌରବ ଓ ଐତିହ୍ୟକୁ ସାରା ଦୁନିଆ ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରାଗଲା ଓ ଡ଼ମ ପରମ୍ପରା କୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ l ଏହି ଉତ୍ସବରେ କଲ୍ୟାଣ ସିଂହପୁର ବ୍ଲକର ପ୍ରାୟ ସମସ୍ତ ଗ୍ରାମରୁ ଓ ବ୍ଲକ ବାହାରୁ ବି ଲୋକମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଦଶ ହଜାରରୁ ଅଧିକ ଲୋକ ଉପସ୍ଥିତ ହୋଇଥିବାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା l ଅନେକ ଗ୍ରାମରୁ ଆସିଥିବା ଲୋକମାନେ କଦମ୍ବଦ୍ୱାର ସାହି ଛକରେ ଏକତ୍ରିତ ହେଇ ନାଚ-ଗୀତ ଓ ବାଣଫୁଟାଇ ସହରରେ ପ୍ରେରଣାଦାୟୀ ପରିକ୍ରମା କରି ସ୍ଥାନୀୟ ରଥ ପଡ଼ିଆ ଠାରେ ଆୟୋଜିତ ଅସ୍ଥାୟୀ ସମ୍ବିଳନୀ ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇଥିଲେ l ଉତ୍ସବର ମୁଖ୍ୟ ଅତିଥି ଥିଲେ ଡ଼କ୍ଟର ଦୟାନିଧି ବାଗ,ମୁଖ୍ୟ ବକ୍ତା ଭାବେ ଧିମାନ ଭୁଦେବ ମହାନନ୍ଦିଆ,ସମ୍ମାନିୟ ଅତିଥିଭାବେ ଅନ୍ତର୍ଭୁକ୍ତ ଥିଲେ କଲ୍ୟାଣ ସିଂହପୁର ବ୍ଲକ ଡ଼ମ ସମାଜର ମୁଖ୍ୟ ଉପଦେଷ୍ଟା ଶ୍ରୀ ଧନମଣି ଭତ୍ରା,ଜୟଶଙ୍କର କୌଶଲ୍ୟା,ଆପୁଲ ସ୍ୱାମୀ କୌଶଲ୍ୟା,ଭାଗିରଥି ହାଲୁବୱା,ଜିଲ୍ଲା ବାମସେଫ ସଭାପତି ଅଭିମନ୍ୟୁ କନ୍ଧପାଣି,ତଥା କାଶୀପୁର ବ୍ଲକ ଡ଼ମ ସମାଜର ସଭାପତି ତେଲି ନାୟକ ଓ ବିଷମ କଟକ ବ୍ଲକ ଡ଼ମ ସମାଜ ର ସମ୍ପାଦକ ହାଡିବନ୍ଧୁ କରକରିଆ l ତାଙ୍କ ଉପସ୍ଥିତି ରେ ଶ୍ରୀ ଭାଗ୍ୟ ଭତ୍ରା ଡ଼ମ ସମ୍ପ୍ରଦାୟ ର ପରମ୍ପରା କୁ ସୁନ୍ଦର ଭାବେ ପରିବେଷଣ କରିଥିଲେ l ଉପସ୍ଥିତ ଅତିଥିମାନେ ନୃତ୍ୟ ପରିବେଷଣକାରୀଙ୍କୁ ବ୍ଲକ ଡ଼ମ ସମାଜ ପକ୍ଷରୁ ସମ୍ମାନ ସୂଚକ ମାନପତ୍ର ପ୍ରଦାନ କରି ସେମାନଙ୍କ କଳା ଓ ସଂସ୍କୃତି ଉପରେ ପ୍ରଶଂସା କରିଥିଲେ l ଏହି ଉତ୍ସବ ଦ୍ୱାରା ଡ଼ମ ସମାଜର ପରମ୍ପରା,ସାଂସ୍କୃତିକ,ଐତିହ୍ୟ ଓ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବ ବୋଲି ମତବ୍ୟକ୍ତ କରିଥିଲେ l