Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୁଇଦିନିଆ ରାୟଗଡ ଗସ୍ତ
Nov 17 2024 9:33PM
(ସୁପ୍ରିୟା ଷଡଙ୍ଗିଙ୍କରିପୋର୍ଟ ) ଓଡିଶା ରାଜ୍ୟ ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଦୁଇ ଦିନିଆ ରାୟଗଡ ଜିଲ୍ଲା ଗ୍ରସ୍ତରେ ଆସି ବିଭନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ l ନରେଗା ଯୋଜନାରେ ଜନ ସାଧାରଣଙ୍କୁ ବିଶେଷକରି ଜନଜାତି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ସହିତ ଦାଦନ ସମସ୍ୟା ଦୁରକରିବା ପାଇଁ ନିର୍ଦେଶ ଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀକୁ ଦକ୍ଷତା ବିକାଶ କରିବା ସହିତ ପ୍ରଶାସନ ଅଧିକାରୀ ମାନେ ଲୋକଙ୍କ ପଖକୁ ଯାଇ ତାଙ୍କର ଦୁଃଖ ଶୁଣିବା ଏବଂ ସରକାରୀ ସୁବିଧା ପହଞ୍ଚାଇବାକୁ କହିଥିଲେ l ଜିଲ୍ଲାର ଅପହଞ୍ଚ ଦୁର୍ଗମ ଅଂଞ୍ଚଳକୁ ଗସ୍ତକରି ସେଠିକାର ଲୋକଙ୍କ ନିକଟତରେ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି l ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଅନ୍ୟ କେହି ଲାଭ ଯେପରି ନ ଉଠlନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ l ଲଘୁ ବନଜାତ ଦ୍ରବ୍ୟରେ ଉଚିତ ମୂଲ୍ୟ ଜନଜାତି ମାନେ କିପରି ପାଇ ପାରିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଥିଲେ l ସେହିପରି ମଙ୍ଗଳ ବିଭାଗ ଓ ଗଣ ଶିକ୍ଷା ବିଭାଗ ଉପରେ ସମୀକ୍ଷା କରି ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟ ପରିବେଶ ପରିଚାଳନା,ପୋଷାକ ବଣ୍ଟନ,ଅନ୍ତେବାସୀଙ୍କ ପରିମେଳ ବ୍ୟବସ୍ଥା ଠିକ ଭlବରେ ପରିଚାଳନା କରିବାକୁ ନିର୍ଦେଶ ଦେଇଥିଲେ l ଖଣି ଖାଦାନ ଅଂଚଳରେ ବସବାସ କରୁଥିବା ଜନଜାତିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଜିଲ୍ଲାର ଅପହଞ୍ଚ, ଅବିକଶିତ ଅଂଚଳକୁ ଦୃଷ୍ଟି ଦେବା ସହିତ ସମସ୍ତ କର୍ମଚାରୀ ଆନ୍ତରିକତା ସହିତ ନିଜକୁ ତ୍ୟାଗ ଓ ସେବା ମନୋଭାବନା ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ପିଏ, ଆଇଟିଡିଏ ଅଜୟ ପ୍ରଧାନ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ସେହିପରି ଗତକାଲି ଚନ୍ଦ୍ରପୁର ବ୍ଲକର ଡ଼lଙ୍ଗସାରଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ସ୍ୱାଭିମାନ ମଞ୍ଚ ତରଫରୁ ନିର୍ମିତ ଓଡ଼ିଶାର ୮ ଜଣ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କରିଥିଲେ l ମାନ୍ୟବର ମନ୍ତ୍ରୀ ନିଜର ଉଦବୋଧନ ରେ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟବସାୟୀ କରି ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ,ସିଡିଓ ତଥା ଇଓ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ପିଏ, ଆଇଟିଡିଏ ଅଜୟ କୁମାର ପ୍ରଧାନ, ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଆଦି ଯୋଗଦେଇ ନିଜର ଉଦବୋଧନ ଦେଇଥିଲେ l ଏହାପରେ ବିଷମ କଟକ ବ୍ଲକର ପାଇକ ଡାକୁଳଗୁଡାର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମିତ ନୂତନ କୋଠାକୁ ଉଦଘାଟନ କରିଥିଲେ l ଏଥିରେ ବିଷମ କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ଉପାଧ୍ୟକ୍ଷ ଵିଷମ କଟକ ବ୍ଲକ,ଜିଲ୍ଲାମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବିଡିଓ ସଦାଶିବ ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧି ସାମିଲ ହୋଇଥିଲେ l