Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଜନଜାତି ଗୌରବ ଦିବସ ୨୦୨୪ ପାଳିତ |
Nov 16 2024 7:45AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା ସରକାରୀ (ଏସ ଏସ ଡି)ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିରିପୁର ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ ହୋଇଛିଯାଇଛି । ଏଥିରେ ଅଭିଭାବକ ଆମ ସହଭାଗୀ ଆମେ ଜାଣିବା ଆମେ ଜିଣିବା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣ ସିଂହପୁର କୃଷି ବିଭାଗ ରୁ ସୁଜିତ କୁମାର ପାଢୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ନାରାୟଣପୁର ପଞ୍ଚାୟତର ସରପଞ୍ଚ ଶିତାରାମ କାଡ୍ରାକା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାମସିଂ ତିମାକା, ବିଶ୍ୱନାଥ କାଡ୍ରାକା ମଞ୍ଚାସିନ ରହିଥିଲେ । ବିର୍ଷା ମୁଣ୍ଡା ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅତିଥି ମାନଙ୍କ ଅଭିଭାଷଣ ପରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ସଙ୍ଗୀତ,ଭାଷଣ,ମ୍ୟୁଜିକ ଚେୟାର ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଛି । ଏଥିରେ କୃତିତ୍ୱ ହାସଲ କରିଥିବା ୧୫ଜଣ ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷି,ସ୍ଵାସ୍ଥ୍ୟ,ବନ,ଜୀବନ କୌଶଳ,ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ୮ଗୋଟି ଷ୍ଟଲ କରାଯାଇଥିଲା | ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହି ପରି ସମସ୍ତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ରେ ଏହି ପରି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି ।