ପୁରା ଖବର ବିଷୟରେ



ଧର୍ତ୍ତି ଅlବା ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ କୁ ଆସନ୍ତା ୧୫/୧୧/୨୦୨୪ରିଖରେ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯିବ l

Nov 15 2024 5:18AM
(ଅଜିତ ଭତ୍ରାଙ୍କ ରିପୋର୍ଟ) ରାୟଗଡ:-ତା. ୧୪/୧୧/- ଆସନ୍ତା ନଭେମ୍ବର ୧୫ତାରିଖକୁ ଧର୍ତ୍ତି ଅlବା ଭଗବାନ ବିର୍ଷା ମୁଣ୍ଡା ଜୟନ୍ତୀକୁ ସାରାଦେଶରେ ଜନଜାତିୟ ଗୌରବ ଦିବସ ଭାବରେ ପାଳନ କରାଯିବ l ଜିଲ୍ଲାର ସର୍ବlଙ୍ଗୀନ ବିକାଶ ନିମନ୍ତେ ଜନଜାତି ବହୁଳ ଅଂଚଳରେ ଆସନ୍ତା ୧୫/୧୧/୨୪ରିଖରୁ ୨୬/୧୧/୨୪ରିଖଯାଏଁ ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହା ସହିତ ଆଦିମ ଜନଜାତି ବହୁଳ ଅଂଚଳ ମଧ୍ୟ୍ୟ ଅନ୍ତର୍ଭୁକ୍ତ କରାଯିବ l ଧର୍ତ୍ତି ଆଵା ଜନଜାତୀୟ ଉତ୍କର୍ଷ ଗ୍ରାମ ଅଭିଯାନ କରାଯିବ l ଏହି ଦିବସକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ସିଧାସଳଖ ଭାବେ ଯୋଗଦେବେ ଏବଂ ସଂବୋନ୍ଧିତ କରିବେ ବୋଲି ଜିଲ୍ଲାପାଳ ରାୟଗଡ, ଶ୍ରୀମତୀ ପାରୁଲ ପଟାୱରୀ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ କହିଥିଲେ l ରାୟଗଡ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମ ଗୁଣୁପୁର ଉପଖଣ୍ଡର ତହସିଲ ପଡ଼ିଆ ଠାରେ ଅନୁଷ୍ଠିତ ହେବ l ଏଥିରେ ମାବ୍ୟବର ପ୍ରଧାନମନ୍ତ୍ରୀ ଦେଶର ୭ଗୋଟି ଆଦର୍ଶ ଗ୍ରାମ ଘୋଷଣା କରିବେ ସେଥିରୁ ରାୟଗଡ ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଶକଟା ଗ୍ରାମକୁ ମଧ୍ୟ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରିବେ l ଏହl ସହିତ ଜିଲ୍ଲାର ୧୬୧୧ଟି ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କାର୍ଯ୍ୟlଦେଶ ଦିଆଯିବ, ୬୩୩ଜଣ ହିତାଧିକାରୀ ଗୃହ ପ୍ରବେଶ କରିବେ, ୧୨୮ଜଣକୁ ପ୍ରଥମ କିସ୍ତି ଦିଆଯିବ l ପ୍ରଧାନମନ୍ତ୍ରୀ ଜନମନ ପାରିଜାଜନାରେ ପଟ୍ଟା ବଣ୍ଟନ କରାଯିବ l ଜିଲ୍ଲାର ଜନଜାତି ମାନଙ୍କ ବିକାଶ ନିମନ୍ତେ ୫ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଥିଲେ l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲାମଂଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ l