ପୁରା ଖବର ବିଷୟରେ



ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

Nov 13 2024 11:21PM
(ରିପୋର୍ଟ ପ୍ରସାଦ ଲିମା ), ରାୟଗଡା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ତରଫରୁ କଦମା ଗ୍ରାମପଞ୍ଚାୟତର ମରାଠୀଗୁଡା ଠାରେ ଡ଼. ଅରୂପାନନ୍ଦ ବେହେରାଙ୍କ ତତ୍ୱାବଧାନରେ ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ରାଜ୍ୟ ସରକାରଙ୍କ ନିକଟରେ ପରିଚିତ । ଏଥିପାଇଁ ରାଜ୍ୟ ସରକାରଙ୍କ ଅଭିନଵ ପ୍ରୟାସ କି ଜିଲ୍ଲାରେ ୬ ଲକ୍ଷ ୩୭ ହଜାର ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ରହିଥିବା ବେଳେ ଆଜି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ମରାଠୀଗୁଡା ଠାରେ ସ୍ଥାୟୀ ମଶାରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିଭାବେ କଦମା ସରପଞ୍ଚ ରାମ ମୁତାରାଙ୍ଗା ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ାରୀ ଏମ.ଓ :  ଡ଼. ଅରୂପାନନ୍ଦ ବେହେରା, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ,ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ସମେତ ଆଶା କର୍ମୀ, ଅଙ୍ଗନାୱାଡି ମାନଙ୍କ ଉପସ୍ଥିତରେ ମୋଟ ୨୫ ପରିବାରକୁ ୧୭୮ ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କରାଯାଇଥିବା ସୂଚନା ମିଳିଛି।