ପୁରା ଖବର ବିଷୟରେ



ଗାଁ କୁ ରାସ୍ତା ନାହିଁ ଖଟରେ ବହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ |

Nov 11 2024 7:40AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରୋଗରେ ଗୁରୁତର ହୋଇ ପଡିଥିବା ବେଳେ ଗାଁ କୁ ରାସ୍ତା ନଥିବାରୁ ଗାଁ କୁ କୈଣସି ଆଟୋ ରିକ୍ସା କିମ୍ବା ଆମ୍ବୁଲନ୍ସ ଯାଇ ନ ପାରିବାରୁ ଖଟିଆରେ ୩ କିମି ବୁହାହେଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପଲମା ପଞ୍ଚାୟତ ଅଧିନସ୍ଥ ଆରଗାଣ୍ଡା ଗ୍ରାମରେ । ଉକ୍ତ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରାସ୍କା (୫୪) ରୋଗରେ ଗୁରୁତର ହୋଇଥିଲେ । ଗାଁ କୁ ରାସ୍ତାନଥିବାରୁ ଗାଁ କୁ କୈଣସି ଆମ୍ବୁଲାନ୍ସ କିମ୍ବା ଆଟୋ ରିକ୍ସା ଯାଇ ପାରିଲା ନାହିଁ । ସେଥିପାଇଁ ବାଧ୍ୟ୍ୟ ହୋଇ ପୋରିବାର ଲୋକ ସହ ଆମ୍ବୁଲାନ୍ସ ଚାଳକ ସାଇକ ବୋଖାରି ଖଟିଆରେ ମାଣ୍ଡିପଦର ପର୍ଯ୍ୟନ୍ତ ବହି ଆଣି ୧୦୮ ଆମ୍ବୁଲାନ୍ସ ରେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ପୋରିବାର ଲୋକେ କହିଛନ୍ତି । ଏହି ଗାଁ ରେ ପ୍ରାୟ ୩୦ଘର ଥିବା ବେଳେ ଅନୁମାନିକ ଲୋକସଂଖ୍ୟା ୧୫୦ ରୁ ଅଧିକ ଥିବା ଜଣାପଡିଛି । ଏହି ଗାଁ କୁ ରାସ୍ତା ନଥିବା ନେଇ ବାରମ୍ବାର ବିଡିଓ ଙ୍କୁ ଅଭିଯୋଗ କଲାପରେ ମଧ୍ୟ କୈାଣସି ସମାଧାନ ହୋଇପାରି ନାହିଁ । ରାସ୍ତା ନ ଥିବା ନେଇ ବାରମ୍ବାର ଅନେକ ଖବର କାଗଜ ରେ ପ୍ରସାରଣ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହେଉ ନ ଥିବା ଜଣାପଡ଼ିଛି । ଭୋଟ ବେଳେ ରାଜନୈତିକ ଦଳ ର ନେତାମାନେ ଆସି ପ୍ରତିସୃତି ଦେଇ ଚାଲିଯାଉଥିବା ଗ୍ରାମର ଲୋକ ମାନେ କହିଛନ୍ତି।