Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଦଦରା ଶ୍ରେଣୀ ଗୃହ ସାଙ୍ଗକୁ ଛାତ୍ରାବାସ,ସରକାରଙ୍କ ୫ଟି ଶିକ୍ଷାରୁ ବଞ୍ଚିତ ।
Nov 7 2024 10:29PM
(ରିପୋର୍ଟ:ପ୍ରସାଦ ଲିମା ) ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନମୁଖୀ କାର୍ଯ୍ୟ କଳାପ, ଅନାମଦେୟ ନିର୍ଦ୍ଧେଶ ଓ ବିଭିନ୍ନ ଯୋଜନା ଆଜି ଅବହେଳିତ ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଦୁର୍ଦ୍ଦିନରେ ଅଧ୍ୟୟନ କରିବା ସହିତ ସରକାରଙ୍କ ୫ଟି ଶିକ୍ଷାରୁ ବଞ୍ଚିତ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ସାନହୁମା ଗ୍ରାମପଞ୍ଚାୟତ ଲୋକନାଥପୁର ସ୍ଥିତ ଉତ୍କଳ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ,। ତିନୋଟି ଶ୍ରେଣୀ ଗୃହ, ୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ, ଜଣେ କିରାଣୀ ଓ ତିନିଜଣ ପିଅନକୁ ନେଇ ୧୯୯୭ ମସିହାରେ ସ୍ଥାପିତ ଉଚ୍ଚ ବିଦ୍ୟାଳୟ ଆଜି ଦଦରା ଓ ଅବହେଳିତ। ସରକାରଙ୍କ ଶିକ୍ଷା ବିଭାଗର ନିଷ୍ପତି ଓ ପ୍ରଶାସନର ନିର୍ଦ୍ଧେଶକ୍ରମେ ୧୯୯୯ ମସିହାରେ ଛାତ୍ରାବାସ ଆରମ୍ଭ କରିଥିଲେ ବିଦ୍ୟାଳୟର କତୃପକ୍ଷ। ବିଦ୍ୟାଳୟରେ ୮ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ବର୍ଷ ୧୪୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮୪ ଜଣ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରାବସରେ ରହି ଅଧ୍ୟୟନ କରୁଛନ୍ତି। କିନ୍ତୁ ଛାତ୍ରଛାତ୍ରୀ ସରକାରଙ୍କ ୫ଟି ଶିକ୍ଷାରୁ ବଞ୍ଚିତ। ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଛାତ୍ରାବାସ ଅସୁରକ୍ଷିତ ଭାବେ ରହିଛି। ସ୍ୱଳ୍ପ ବର୍ଷା ହେଲେ ଛାତରୁ ପାଣି ଗଳୁଛି ବୋଲି ବିଦ୍ୟାଳୟର କତୃପକ୍ଷ ଓ ଛାତ୍ରାବାସର ଅନ୍ତେବାସୀ ସୂଚନା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଓ ଛାତ୍ରାବାସର ଛାତର ଦୃଶ୍ୟ କଥା କହୁଛି । ଉକ୍ତ ବିଦ୍ୟାଳୟ ପାଇଁ ସରକାରଙ୍କ ୫ଟି କାର୍ଯ୍ୟ 3ୟ ପର୍ଯ୍ୟାୟ ଅନୁଦାନ ଅନୁମୋଦନ ହୋଇଥିଲା। ଭଙ୍ଗା ଦଦରା କାନ୍ଥରେ ରଙ୍ଗ ମାରି କାର୍ଯ୍ୟକୁ ସମାପ୍ତ କରିବାକୁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅସୁରକ୍ଷିତ ମନେକରି ରୋକ ଠୋକ ମନା କରି ଦେଇଥିବା ସୂଚନା ମିଳିଛି। ନୂତନ କୋଠରୀ ନିର୍ମାଣ ହେଲେ ହୁଏତ ୫ଟି ଶିକ୍ଷା ପ୍ରକଳ୍ପ ଲାଗୁ ହୋଇ ପାରିବ। ବିଦ୍ୟାଳୟରେ ଉତ୍ତମ ଶିକ୍ଷା, ଉତ୍ତମ ଖାଦ୍ୟ ବ୍ୟବସ୍ଥା, ଶାନ୍ତିପୂର୍ଣ୍ଣ ବାତାବରଣ କିନ୍ତୁ ଶ୍ରେଣୀ ଗୃହ ଓ ଛାତ୍ରାବାସ ଅତି ବିପଦ ପୂର୍ଣ୍ଣ। ବର୍ତ୍ତମାନ ବିଦ୍ୟାଳୟର ୪ଏକର ସ୍ଥଳରେ ୨ ଟି ନୂତନ କୋଠରୀ ନିର୍ମାଣଧିନ,ସରକାରଙ୍କୁ ଅନୁରୋଧ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ଗୋଟିଏ ରୋଷେଇ ଗୃହ, ୨ଟି ଶ୍ରେଣୀ ସହ କାର୍ଯ୍ୟାଳୟ ଏବଂ ଉକ୍ତ ସ୍ଥଳରେ ଆବଶକୀୟ ସାମଗ୍ରୀ ସରକାରୀ ବ୍ୟବସ୍ଥା ମଧ୍ୟରେ ଯୋଗାଇଦେଲେ ଆମେ ସରକାରଙ୍କ ନିକଟରେ ଚିରୋପକୃତ ହୋଇ ପାରିବୁ ବୋଲି ବିଦ୍ୟାଳୟର କତୃପକ୍ଷ, ଶିକ୍ଷକ ସମେତ ଛାତ୍ରା ବାସର ସମସ୍ତ ଅନ୍ତେବାସୀ ସରକାରଙ୍କୁ ନିବେଦନ କରିଛନ୍ତି । ଖବର ପ୍ରସାରଣ ପରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।