ପୁରା ଖବର ବିଷୟରେ



ମ୍ୟାଲେରିଆ ଦୂରୀକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ଶିବିର।

Nov 2 2024 9:59PM
(ରିପୋର୍ଟ: ପ୍ରସାଦ ଲିମା) , ଜିଲ୍ଲା ସଦର ମହକୁମା ସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ସଦଭାବନା କକ୍ଷରେ ମ୍ୟାଲେରିଆ ମୁକ୍ତ ନିମନ୍ତେ ୪ର୍ଥ ବାଟାଲିୟନ ସିଆରପିଏଫ ବାଟାଲିୟନ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀମତି ପାଲୁରୁ ପାଟୱାରୀ ଯୋଗଦେଇ,ଓଡିଶାର ରାୟଗଡା ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ଜିଲ୍ଲାରେ ମ୍ୟାଲେରିଆ ମୁକ୍ତ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିରପେକ୍ଷ Able ଜିଲ୍ଲାରp ୬ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କୁ ମଶାରୀ  ବଣ୍ଟନ କରିବା ନିମନ୍ତେ ଧର୍ଯ୍ୟ ରଖାଯାଇଛି ବୋଲି ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡ଼ା. ଲାଲ ମୋହନ ରାଉତରାୟ, ଡ଼ା . ମମତା ଚୌଧୁରୀ, ଡ଼ା . ମମତା ସାହୁ,ଡ଼ା . ପ୍ରଦୀପ କୁମାର ସୁବୁଦ୍ଧି,ଡ଼ା ପ୍ରଫୁଲ୍ଲ କୁମାର ପାଢ଼ୀ, ଡ଼ା. ସଂଗ୍ରାମ କେଶ୍ୱରୀ ନାଲାରୀ, ଡ଼ା. ଚିନ୍ମୟ ପ୍ରସାଦ ବେହେରା,ମିଷ୍ଟର ରାଜେଶ୍ୱର ରାଓ ପଟନାୟକ ଅତିଥିଭାବେ ଯୋଗଦେଇ ମଶାରୀ ଟାଙ୍ଗୀ ଶୋଇବା ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ସଚେତନତା କରିବା ସହ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କୁ ମଶାରୀ ବଣ୍ଟନ କରିଥିଲେ।