Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
Nov 2 2024 6:54PM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ତା୨.୧୧.୨୪ରିଖ ଶନିବାର ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାରେ " ଦୁର୍ନୀତି ନିବାରଣ ସଚେତନତା ସପ୍ତାହ " ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ଯୋଗଦେଇ ସାଧୁତା ସଚ୍ଚୋଟତାର ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଦୁର୍ନୀତିର କାୟା ବିସ୍ତାର ଓ ସାଧାରଣ ଜନତାଙ୍କୁ ଅସାଧୁ ଉପାୟରେ ଶୋଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଇତିହାସ ବିଭାଗର ଅଧ୍ୟାପକ ଜଗନ୍ନାଥ ଦାସ ଦୁର୍ନୀତି ସଚେତନତା ସମ୍ବନ୍ଧରେ ଦୀର୍ଘ ଓ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଉଦବୋଧନ ସ୍ୱରୂପ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ -'ବ୍ୟକ୍ତିଗତ ଜୀବନରେ ନିଃସ୍ୱାର୍ଥ ସାଧୁତା ଓ ସଚ୍ଚୋଟତା ସହ ସାମୁହିକ ସଚେତନତା ହିଁ ଦୁର୍ନୀତି ବିରୋଧରେ ଅସଲ ଅସ୍ତ୍ର ହେବ।" ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବଣ ପାହାଡ ଘେରା ଅଞ୍ଚଳରେ ସାଧାରଣ ଆଦିବାସୀମାନେ କିପରି ଦୁର୍ନୀତିର ଶିକାର ନ ହେବେ ,ସେ ସମ୍ପର୍କରେ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।