ପୁରା ଖବର ବିଷୟରେ



ବ୍ଲକ ସ୍ତରୀୟ ଖାଦ୍ୟ ମେଳା ଓ ଶ୍ରୀ ଅନ୍ନ ଅଭିଯାନ

Oct 30 2024 7:53AM
(ରିପୋର୍ଟ: ପ୍ରସାଦ ଲିମା) , କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ଓଡିଶା ସରକାରଙ୍କ, ଶ୍ରୀ ଅନ୍ନ ଯୋଜନା ଓ ପାରମ୍ପରିକ କୃଷି ଐତିହ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ମିଶନ ଶକ୍ତି ଭବନ କାର୍ଯ୍ୟାଳୟ ସଦଭାବନା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବେସରକାରୀ ସ୍ଵେଛା ଅନୁଷ୍ଠାନ "ପ୍ରଭାତ" ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ପ୍ରତିନିଧି ସମରା ଶବର, ସମ୍ମାନିତ ଅତିଥିଭାବେ ବିଡ଼ିଓ ଅନିଶା ଦାସ, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ ଯୋଗଦେଇ ଧୂପଦୀପ ଅର୍ପଣ ପୂର୍ବକ ଶ୍ରୀଫଳ ଭାଙ୍ଗି ପୂଜାର୍ଚନା କରି ସବୁଜ ପତକା ଦେଖାଇ ଶ୍ରୀ ଅନ୍ନ ଅଭିଯାନ, ମାଣ୍ଡିଆ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବେସରକାରୀ ସ୍ଵେଛା ଅନୁଷ୍ଠାନ "ୱାସନ" ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିଳଭଦ୍ର ଡିଗଲ, ସହକାରୀ କୃଷି ଅଧିକାରୀ ଗୁଡ଼ାରୀ ସୁଶୀଲ ଶବର, ପ୍ରଭାତ ଅନୁଷ୍ଠାନ ବ୍ଲକ ପ୍ରକଳ୍ପ ସଂଯୋଜକ ସୌରଭ କୁମାର ପିପଲି, ନିରଞ୍ଜନ ପୂଜାରୀ, ମିଶନ ଶକ୍ତି ବିପିସି କ୍ରାନ୍ତି କୁମାର ପାଢ଼ୀ, ବିପିଏମ ମାନସ ରଞ୍ଜନ ବାରିକ,ଉପସ୍ଥିତ ରହିଥିବା ବେଳେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଦିବ୍ୟଯୋତି ମହିଳା ସ୍ୱୟଂ ସହାୟିକା ଗୁଡ଼ାରୀ ତରଫରୁ ମାଣ୍ଡିଆରେ ପ୍ରସ୍ତୁତି ପକୁଡି, ଅଲୁଚପ, ଇଟିଲି, ବରା, ରସଗୋଲା କାକରା, ପ୍ରବୃତି ମାଣ୍ଡିଆରେ ତିଆରି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ମୁଖ୍ୟ ସ୍ଥାନ ପାଇଥିଲା । ମାଣ୍ଡିଆ ଚାଷ ଓ ତାହାର ବ୍ୟବହାର ସମ୍ପର୍କରେ ଅଧିକାରୀ ମାନେ ମାତବ୍ୟକ୍ତ କରିଥିଲେ।ଏହି ପରିପ୍ରେକ୍ଷୀରେ ସାନହୁମା, ଅସଡ଼ା,ସିରିଗୁଡାର ବ୍ଲକ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଉପସ୍ଥିତ ରହିଥିଲେ।