Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଚାଷିଭାଇ ଙ୍କ ଦାନା ଛଡାଇ ନେଲା ବାତ୍ୟା " ଦାନା"
Oct 28 2024 7:33AM
(ଭଦ୍ରକ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା "ଦାନା" ର ପ୍ରଳୟ ରେ ସମଗ୍ର ଓଡ଼ିଶାରେ ପ୍ରଳୟ ତାଣ୍ଡବ ରଚିଥିଲା ବେଳେ, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ତିହିଡି ଓ ଧାମନଗର ର କେତକ ଅଞ୍ଚଳରେ ପବନ ଓ ବର୍ଷାର ବେଗ ଏତେ ପ୍ରଖର ଥିଲା ଯେ ରାସ୍ତା ଘାଟ, ବଡ଼ବଡ଼ ଗଛ,ରବି ଫସଲ,ସବୁଜ ଫସଲ ଓ ଧାନ ବିଲ ଗୁଡ଼ିକୁ ନଷ୍ଟ କରିଥିଲା। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଗୁଡ଼ିକୁ ଭାଙ୍ଗି ଯାଇଥିଲା, କେତକ ରାସ୍ତା ଜଳମଗ୍ନ ହେବା ଦ୍ବାରା ଯାତାୟାତ ବିଛିନ୍ନ ହୋଇଥିଲା, ବିଦ୍ୟୁତ୍ ସଂଯୋଗ ବନ୍ଦ୍ ହୋଇ ଯାଇଥିଲା, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଥିଲା, ତନ୍ମଧ୍ୟରୁ ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଅଞ୍ଚଳରେ ଥିବା ସାଳନ୍ଦୀ, ଗେଙ୍ଗୁଟି,ରେବ,କପାଳୀ,ମନ୍ତେଇ ଇତ୍ୟାଦି ନଦୀରେ ଥିବା ପୁରୁଣା ପୋଲରେ ଦଳ,ଘାସ,କୁଟା,ଗଛ ସବୁ ଜାମ୍ ହୋଇଯିବାରୁ ଉକ୍ତ ନଦୀ ଗୁଡିକରେ ଜଳ ନିସ୍କାସନ ନ ହୋଇ ତିହିଡି ବ୍ଲକ ର କାଁପଡା,ଇଶ୍ଵରପୁର,ଖଡିମାହାରା, ବାସୁଦେବପୁର ବ୍ଲକ ର ମାଟିପକ୍କା, ସୁଦର୍ଶନ ପୁର,ଆର୍ତ୍ତୁଙ୍ଗ, ଚାନ୍ଦବାଲି ବ୍ଲକ ର ବାଲିଗାଁ, ତେନ୍ତୁଳି ଡିହ,ରାଜଘରପୁର, ଅମୃତପୁର, ଧାମନଗର ବ୍ଲକର ଗୋବିନ୍ଦପୁର,କାଶୀମପୁର,ହସନାବାଦ,ପାଳସାହି, ରଇପୁର ଇତ୍ୟାଦି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହେବା ସହିତ ଧନ ଜୀବନ ନଷ୍ଟ ହୋଇଥିଲା। ଚାଷିଭାଇ ମାନଙ୍କର ଚାଷକୁଳ ଉଜୁଡି ଯିବାରୁ, ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହୁଛନ୍ତି ଆମ୍ଭେ ସମବାୟ ସମିତି ରୁ ନେଇଥିବା ଋଣ ସୁଝୀବୁ କେମିତି ? ଏଭଳି ସମସ୍ୟା କୁ ଚାଷିଭାଇ ମାନେ ସରକାର ଙ୍କୁ ନିବେଦନ କରିଛନ୍ତି ଋଣ ଛାଡ କରିବା ପାଇଁ। ଯଦି ସରକାର ସେମାନଙ୍କ କରୁଣ ନିବେଦନ ନ ଶୁଣନ୍ତି, ତେବେ ଆଗାମୀ ଦିନରେ ଚାଷିଭାଇ ମାନେ ହାତରେ ବିଷ ଡବା ଧରି ରାଜ ରାସ୍ତାରେ ବସି ରହିବେ।