ପୁରା ଖବର ବିଷୟରେ



ମାଣ୍ଡିଆ ଦିବସକୁ ଶ୍ରୀ ଅନ୍ନ ଦିବସ ରୂପେ ପାଳିତ |

Oct 26 2024 10:14AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର କୃଷି ଓ ପରାମର୍ଶ କେନ୍ଦ୍ର ପରିସରରେ ନିର୍ମାଣ ଅନୁଷ୍ଠାନ ତରଫରୁ ମାଣ୍ଡିଆ ଦିବସ କୁ ଶ୍ରୀ ଅନ୍ନ ଦିବସ ରୂପେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି | ଏହି କାର୍ଯ୍ୟକ୍ରମଟି ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ | ସମ୍ମାନିତ ଅତିଥି ରୂପେ କଲ୍ୟାଣ ସିଂହପୁର ବ୍ଲକ " କ " ଜନ ରୁ ଜିଲ୍ଲାପରିଷଦ ବି.ଭି ପ୍ରସାଦରାଓ ଓ " ଖ " ଜନ ର ଜିଲ୍ଲାପରିଷଦ ବି ଗୌରୀଦେବି ଙ୍କ ପ୍ରତିନିଧି ଭାବେ ବି ମାଧବରାଓ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମ ଟିକୁ ଅନୁଷ୍ଠାନର ଯୋଜନା ଅଧିକାରିଣୀ ପ୍ରଜ୍ଞା ଦାସ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ମନୋଜ ମୁଗୁଲି,ଶ୍ରୀ ଅନ୍ନ ଅଭିଯାନ ରୁ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସିଲଭଦ୍ର ଦିଗାଲ ପ୍ରମୁଖ ପରିଚଳନା କରିଥିବା ଦେଖିବାକୁ ମିଳିଥିଲା | ଏହି ପରିପେକ୍ଷି ରେ କନ୍ଧଖାତିପାଡ଼ୁ ରୁ ମାଁ ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା ଜୈବିକ ଖତ ଦ୍ୱାରା ଚାଷ କଲେ ଚାଷ ନଷ୍ଟ ନ ହେବା ନେଇ ସଚେତନ ବାର୍ତ୍ତା ଦେଇଥିବା ବେଳେ ଅଗ୍ନି ଗଙ୍ଗାମାଁ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତି ୨୨ ପ୍ରକାରର ସୁସ୍ୱାଦ ଖାଦ୍ୟ ମାନେ ପ୍ରଦର୍ଶନୀ ସହ ଉପସ୍ଥିତ ସମସ୍ତଙ୍କୁ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଥିଲା | ଏଠାରେ ଉପସ୍ଥିତ ରହିଥିବା ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ପ୍ରାୟ ୬୦ ପ୍ରକାର ଲୁପ୍ତପ୍ରାୟ ଜାତୀୟ ଫୁଲ,ଫଳ,ଖାଦ୍ୟ,ଶସ୍ୟ ପ୍ରଦର୍ଶିତ କରାଯାଇଥିଲା | ଶେଷରେ କଲ୍ୟାଣ ସିଂହପୁର ବ୍ଲକର ଅଗ୍ରଣୀ ଚାଷୀ ଭାବେ ଧମୁଣିପଙ୍ଗା ର ଶ୍ରୀ ମୁଶୁରି କାଡ୍ରାକା ଓ ଭଲ କୃଷକ ସାଥି ରୂପେ ବୁଡ଼ାଗୁଡା ର ଧନପତି କାଡ୍ରାକା ଙ୍କୁ ଅତିଥି ମାନଙ୍କ ଙ୍କ ଦ୍ୱାରା ସନମାନିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ କଲ୍ୟାଣ ସିଂହପୁର କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଆତ୍ମା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାଫଲ୍ୟ ରୂପାୟନ ଦେଇଥିଲେ |